ଡ଼ୁବୁରୀ : ସୁକିନ୍ଦା ତହସିଲ ଅନ୍ତର୍ଗତ ଡୁବୁରି ରାଜସ୍ବ ଅଧିକାରୀଙ୍କ ଅଧିନରେ ଥିବା ବେଲହାରି ଗ୍ରାମର ସ୍କୁଲସାହିର 12 ଟି ଘର ଭାଙ୍ଗିଯାଇଥିବା ଜଣାପଡିଛି । ସୁଚନା ମୁତାବକ ବୁଧବାର ସନ୍ଧ୍ୟାରେ ଦୁଇ ମିନିଟ ଅଚାନକ ଘୁର୍ଣ୍ଣି ଝଡ଼ ହୋଇଥିଲା । ଯାହାଫଳରେ ସମୀର ବାନରା, ଜମାଦାର ହେମ୍ବ୍ରମ, ଅବିନାଶ ବାନରା, ଭୀମ ହନହାଗା, ଶୀଧେଶ୍ୱର ହନହାଗା, ବାଗୁନ ହନହାଗା, ବିଜୟ ଜରିକା, ସୁରେଶ ଗଈପଇ, ଡ଼ୁବୁଲିଆ ଜରିକା, ଶ୍ରୀକାନ୍ତ ଗଈପଇ, ଲିଟା ଜରିକା, ଲକ୍ଷ୍ମଣ ବାନରା, ଘର ସଂପୂର୍ଣ୍ଣ ଭାଙ୍ଗି ଭୂଇଁରେ ମିଶିଯାଇଛି । କେତେକ ପରିବାର ଙ୍କ ସଦସ୍ୟ ମାନେ ଘର ଭିତରେ ଥିବା ବେଳେ ଘର ଭାଙ୍ଗି ତାଙ୍କ ଉପରେ ପଡିଥିଲା ଏବଂ ସେଥିରେ ତିନିଜଣ ଆହତ ହୋଇଥିବା ଜଣାପଡିଛି ! ଏଥି ସହ ଗୋଟେ ଇଲେକ୍ଟ୍ରି ପୋଲ ଭାଙ୍ଗି ଜଣକ ଘର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି ! ଇଲେକକ୍ଟ୍ରି ପୋଲ ଭାଙ୍ଗିବା ଯୋଗୁ ଦୁଇ ଦିନ ହେଲାଣି ତିନୋଟି ପରିବାର ଅନ୍ଧାର ରେ ରହିଥିବା ଦେଖିବାକୁ ମିଳିଛି !ଏଥିରେ ଖବର ପାଇଁ ଜିଲା ପରିଷଦ ସଭ୍ୟ ସାଧୁ ଚରଣ ତିୟୁ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରି କ୍ଷତିଗ୍ରସ୍ଥ ପରିବାର ଙ୍କୁ ପ୍ରଶାସନ ତରଫରୁ ଗୋଟେ ଲେଖା ଜରିପାଲ ଦେଇଥିବା ଦେଖିବାକୁ ମିଳିଛି ! ସମସ୍ତ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସହଯୋଗ କରିବାକୁ ସାଧାରଣ ରେ ଦାବି ହେଉଛି !