Odisha news

୮୦ % ଅର୍ଥାରଇଟିସ କେବଳ ସ୍ୱାସ୍ଥ୍ୟକର ଖାଦ୍ୟ ଦ୍ୱାରା ଠିକ ହୋଇ ଯାଇଥାଏ, ଜାଣନ୍ତୁ କେଉଁ ସବୁ ଖାଦ୍ୟ ଅର୍ଥାରଇଟିସ ରୋଗୀ ମାନେ ଖାଇବା ଆବଶ୍ୟକ

0

ଆର୍ଥରାଇଟିସ ଗୋଟିଏ ଏଭଳି ସମସ୍ୟା ଯାହାର ଯନ୍ତ୍ରଣା ଖୁବ ଅସହନୀୟ ଅଟେ l ଆଜିକାଲି ଏହି ସମସ୍ୟାରେ ଅନେକ ବ୍ୟକ୍ତି ପ୍ରଭାବିତ ହେଉଛନ୍ତି l  ଯାହାଦ୍ୱାରା ମଣିଷ ଚଲାବୁଲା କରିବାରୁ ନେଇ ବସାଉଥା ସିଡ଼ି ଚଢିବା ଓ ଓଲ୍ହାଇବା ଇତ୍ୟାଦି କିଛି ମଧ୍ୟ କରିପାରି ନଥାଏ l  ଗବେଷଣା କହୁଛି ଯେ ଏଭଳି ୪ଟି ଜିନିଷ ରହିଛି ଯାହାକି ଅର୍ଥରାଇଟିସ ସମସ୍ୟା ପାଇଁ ଖୁବ ଉପଯୋଗୀ l ଆସନ୍ତୁ ଜାଣିବା ସେହି ଗୁଡିକ କଣ ?

– କ୍ୟାଲସିୟମ ରେ ଭରପୁର ଖାଦ୍ୟ –
ହାଡ଼କୁ ମଜବୁତ କରିବା ପାଇଁ କ୍ୟାଲସିୟମ ସେବନ କରିବା ଖୁବ ହିତକର l  ତେଣୁ ଆପଣ ଶୀତଋତୁ ରେ ରାଶୀ ଓ ଡ୍ରାଏ ଫ୍ରୁଟସ ରେ ପ୍ରସ୍ତୁତ ଜିନିଷ ସେବନ କରିବା ଆବଶ୍ୟକ l  ଏହାଛଡା ମଖାନା, ମାଣ୍ଡିଆ, ଭଳି ଖାଦ୍ୟ ଖାଆନ୍ତୁ l

– ଭିଟାମିନ ଡି ସେବନ କରନ୍ତୁ –
କ୍ୟାଲସିୟମ ଶରୀରରେ ସେତେବେଳ ପର୍ଯ୍ୟନ୍ତ ମିଶି ନଥାଏ, ଯେତେବେଳ ପର୍ଯ୍ୟନ୍ତ ଆପଣଙ୍କ ଶରୀରରେ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ ଡି ରହି ନଥାଏ ସେଥିପାଇଁ ଆପଣ ଶୀତ ଋତୁରେ ପ୍ରତିଦିନ ଖରାରେ ବସନ୍ତୁ ଓ ଗ୍ରୀଷ୍ମ ଋତୁରେ ଭିଟାମିନ ଡି ସପ୍ଲିମେଣ୍ଟ ସେବନ କରନ୍ତୁ l

– ଆଣ୍ଟି ଏଂଫଲାମେତରି ଯୁକ୍ତ ଖାଦ୍ୟ ସେବନ କରନ୍ତୁ –
ଅର୍ଥରାଇଟିସ ସମସ୍ୟା ଯୋଗୁ ଜଏଣ୍ଟ ଗୁଡିକ ରେ ଅନେକ ଯନ୍ତ୍ରଣା ଅନୁଭୂତ ହୋଇଥାଏ l  ତେଣୁ ନିଜ ଖାଦ୍ୟରେ ପତ୍ର ଯୁକ୍ତ ଶାଗ, ବନ୍ଧା କୋବି, ବିଭିନ ପ୍ରକାର ଛୁଇଁ ଯେପରିକି ବିନ୍ସ, ମଟର, ସଜନା , ଝୁଡୁଙ୍ଗ ଭଳି ଛୁଇଁ ସେବନ କରନ୍ତୁ l

– ଆର୍ଥ୍ରାଇଟିସ ସମସ୍ୟା ଥିଲେ ମଇଦାରେ ପ୍ରସ୍ତୁତ ଜିନିଷ ସେବନ କରନ୍ତୁ ନାହିଁ, ଉଚ୍ଚ ଶର୍କରା ଯୁକ୍ତ ଖାଦ୍ୟ ସେବନ କରନ୍ତୁ ନାହିଁ, କାହିଁକି ନା ଏହା ଗଣ୍ଠି ଗୁଡିକ ଉପରେ ପ୍ରଭାବ ପକାଇଥାଏ l ଏହାଛଡା ଓଜନ ବୃଦ୍ଧି କରୁଥିବା ଖାଦ୍ୟ କୁ ଖାଆନ୍ତୁ ନାହିଁ l  ନିୟମିତ ସୋରିଷ ତେଲରେ ରସୁଣ, ଜୁଆଣି ଓ ମେଥି ମିଶାଇ ତେଲ କୁ ଗରମ କରି ଶରୀର ରେ ମାଲିସ କରନ୍ତୁ l

Nalco
Leave A Reply