ଆଗରପଡ଼ା : ଆଗରପଡ଼ା ନିକଟସ୍ଥ ବରପଦାସ୍ଥିତ ମା ସିଦ୍ଧଦୁର୍ଗା ଯୁବସଙ୍ଗଠନ କପାସିଆ ପକ୍ଷରୁ ବନ୍ତ ବ୍ଲକ ବିଟିପୁର ପଞ୍ଚାୟତସ୍ଥ ଧାନଘରଠାରେ ଥିବା ଅସହାୟ କାଠିଆ ପଲେଇ, ମହେନ୍ଦ୍ର ପଲେଇ, ମିନତୀ ଦେହୁରୀ, ଶାନ୍ତି ଦେହୁରୀ, ବେଙ୍ଗ ଦେହୁରୀ ପ୍ରମୁଖ ୧୬ ଗୋଟି ଗରିବ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।
ଯୁବସଙ୍ଗଠନର ଅଧ୍ୟକ୍ଷ ଭରତ ଚନ୍ଦ୍ର ବାରିକ, ସମ୍ପାଦକ ଆର୍ତ୍ତବନ୍ଧୁ ବାରିକ, ଜୀତେନ୍ଦ୍ର ବେହେରା, ଦେବେନ୍ଦ୍ର ବେହେରା, ସଞ୍ଜିତ ପରିଡ଼ା, ରବୀନ୍ଦ୍ର ବେହେରା, ସୁଶାନ୍ତ ବେହେରା, ଅଦିତି ମହାନ୍ତି, ପଦ୍ମଲୋଚନ ବେହେରା, ମହେନ୍ଦ୍ର ବେହେରା, ନାରୀନେତ୍ରୀ ଗୀତାଞ୍ଜଳି ନାୟକ ପ୍ରମୁଖ ଏହି କାର୍ଯ୍ୟ ସମ୍ପାଦନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ହେମନ୍ତ ସିଂହ, ପ୍ରଦୁ୍ୟମ୍ନ ପୁହାଣ, ଅକ୍ଷୟ ସିଂହ, ଜିତେନ୍ଦ୍ର ଶତପଥୀ ଯୋଗଦାନ କରିତ ସହଯୋଗ କରିଥିଲେ । ଲକଡ଼ାଉନ ନିୟମ ଲାଗୁ ହେବା ପରଠାରୁ ଏହି ଯୁବସଙ୍ଗଠନ ବନ୍ତ ଓ ଭଦ୍ରକ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗରିବ ଅସହାୟ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟ ଅବ୍ୟାହତ ରଖିଛନ୍ତି । ସଙ୍ଗଠନର ଏତାଦୃଶ କାର୍ଯ୍ୟକୁ ଅଞ୍ଚଳବାସୀ ଭୁରିଭୁରି ପ୍ରଶଂସା କରିଛନ୍ତି ।