Odisha news

ପୁଣି ୨୬ଜଣ କରୋନା ପଜିଟିଭ୍ ଚିହ୍ନଟ :ଗଞ୍ଜାମରୁ ୧୯ଜଣ ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୫ଜଣ ଓ ଭଦ୍ରକ ଜିଲ୍ଲାରୁ ୨ ଜଣ ଚିହ୍ନଟ

0

ଭୁବନେଶ୍ବର: ରାଜ୍ୟରେ ପୁଣି  ୨୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ  ଗଞ୍ଜାମରୁ ୧୯ଜଣ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୫ଜଣ ଓ ଭଦ୍ରକ ଜିଲ୍ଲାରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏହି ୩୪ ଜଣଙ୍କ ମଧ୍ୟରୁ କେବଳ ଗଞ୍ଜାମରୁ ୨୪ ଜଣ ଚିହ୍ନଟ ହୋଇଥିଲେ ଏବଂ ଏମାନେ ସମସ୍ତେ ସୁରତ ଫେରନ୍ତା ବୋଲି ଜଣାପଡ଼ିଥିଲା। ଅନ୍ୟପକ୍ଷରେ ଏଯାଏ ଗ୍ରିନ୍‌ ଜୋନ୍‌ରେ ରହି ଆସିଥିବା ମୟୂରଭଞ୍ଜରେ ଗତକାଲି କରୋନା ଖାତା ଖୋଲିଥିଲା ଏବଂ ଏକାଥରେ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ବ୍ୟତୀତ ରାଜଧାନୀରେ ୩, ବାଲେଶ୍ବରରେ ୨ ଓ ଜଗତସିଂହପୁର ଜିଲ୍ଲାରେ ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଥିଲା।ରାଜ୍ୟର ୧୮ଟି ଜିଲ୍ଲାକୁ କରୋନା କବଳିତ କରିଥିବାବେଳେ ସୁରତ ଫେରାନ୍ତଙ୍କ ମଧ୍ୟରେ କରୋନା ପଜିଟିଭ୍ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିଥିଲା।

ସଂକ୍ରମିତଙ୍କ ମଧ୍ୟରେ କେବଳ ଜଣେ ମହିଳାଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ଆକ୍ରାନ୍ତ ପୁରୁଷ ବୋଲି ଜଣାପଡ଼ିଥିଲା।  ଗତକାଲି ଏକ ନୂଆ ରେକର୍ଡ ସୃଷ୍ଟି ହୋଇଥିବା ବେଳେ ଆଜି  ୨୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଯୋଗୁ ଓଡ଼ିଶା ପ୍ରତି ବିପଦ ଘନୀଭୂତ ହୋଇଥିିବା ସ୍ପଷ୍ଟ ହୋଇଛି।

 

Govt
Leave A Reply