ବୋରିଗୁମ୍ମା (କେ.ସାକିଲି ଦୋରା)—- ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଡେଙ୍ଗପଦର ପଞ୍ଚାୟତ ଅଧିନ ପୋଟିଗାଁ ଗ୍ରାମଦେବୀ ଙ୍କ ଜମି ଚିହ୍ନଟ ନିମନ୍ତେ ସ୍ଥାନୀୟ ତହସିଲଦାର ସୁବାସ ଚନ୍ଦ୍ର ରଇତ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବିପତ୍ର ରେ ସ୍ୱଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ଗ୍ରାମଦେବୀ ଙ୍କ ପୂର୍ବତନ ପୂଜାରୀ ଙ୍କ ନାମରେ ଗ୍ରାମଦେବୀ ଙ୍କ ବିଭିନ୍ନ କିସମର ଚାରି ଏକର ୮୩ ସେଣ୍ଟ ଜମି ରହିଛି।ଗ୍ରାମଦେବୀ ଙ୍କୁ ପୂଜା କରୁଥିବା ପୂଜାରୀ ମଙ୍ଗରା ପୂଜାରୀ ଙ୍କ ମୃତ୍ୟୁ ବରଣ ପରେ ପୂଜାରୀ ଙ୍କ ସମ୍ପର୍କୀୟ ସେହି ଗ୍ରାମଦେବୀ ଙ୍କ ଜମି କୁ ହଡପ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କେଉଁ ଆଦିମ କାଳରୁ ପୋଟିଗାଁ ରେ ଗ୍ରାମଦେବୀ ପୂଜା ପାଇ ଆସୁଛନ୍ତି। ସେହି ଗ୍ରାମର ଆଦିବାସୀ ସମେତ ବିଭିନ୍ନ ବର୍ଗର ଲୋକମାନେ ଗ୍ରାମଦେବୀ ଙ୍କୁ ପୂଜା କରୁଛନ୍ତି।କିନ୍ତୁ ଗ୍ରାମଦେବୀ ଙ୍କ ଜମି ହଡପ ପରେ ମନ୍ଦିର ପରିଚାଳନା ସମେତ ଗ୍ରାମଦେବୀ ଙ୍କ ରକ୍ଷଣା ବେକ୍ଷଣ ଠିକ ଭାବେ ହୋଇପାରୁ ନାହିଁ। ଏଣୁ ତହସିଲଦାର ନିଜେ ହସ୍ତକ୍ଷେପ କରି ଗ୍ରାମଦେବୀ ଙ୍କ ଜମି ଫେରାଇ ଆଣିବା ସହ ନୂଆ ପୂଜାରୀ ନିଯୁକ୍ତି ନିମନ୍ତେ ଗ୍ରାମବାସୀ ଅନୁରୋଧ କରିଛନ୍ତି। ପୋଟିଗାଁ ଗ୍ରାମର ହରେକୃଷ୍ଣ ଅନକା, ହରିଶ୍ଚନ୍ଦ୍ର ରନ୍ଧାରୀ, ସନଧର ନାୟକ,ମକର ହରିଜନ, ତୁଲାରାମ ନାୟକ ସମେତ ବହୁ ମହିଳା ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।
Comments are closed.