ନବରଙ୍ଗପୁର (କେ.ସାକିଲି ଦୋରା)—-ସାରା ରାଜ୍ୟରେ ଏବେ ସାର ସଙ୍କଟ। ସବୁଠି ଚାଷୀକୁଳ ସାର ନ ପାଇ ହାହାକାର।
ସାର ପାଇଁ ଚାଷୀକୁଳ ବହୁ ସମୟରେ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି।ତେବେ ରାଜ୍ୟ କୁ ଏତେ ପରିମାଣରେ ସାର ଆସୁଥିବା ବେଳେ ପ୍ରକୁତ ଚାଷୀ ପାଉ ନାହାଁନ୍ତି। ଅନ୍ୟ ପଟେ ସାର ଦଲାଲ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହିଭଳି ଦୃଶ୍ୟ ପ୍ରତିଦିନ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଞ୍ଚଳରେ ।
ଜିଲ୍ଲାର ଉମରକୋଟ ଅଞ୍ଚଳ ମକା ଚାଷରେ ସମଗ୍ର ଏସିଆ ମହାଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବା ନେଇ ସରକାର ବାହାଃ ବାହାଃ ମାରୁଥିବାବେଳେ କିନ୍ତୁ ଏଠାକାର ଚାଷୀଙ୍କ ବିକଳ ଚିତ୍ର ବାସ୍ତବରେ ଚିନ୍ତାଜନକ । ନିଜ ଚାଷ ଜମିର ଫସଲ ଆଖି ସାମନାରେ ନଷ୍ଠ ହେଉଥିବା ଦୃଶ୍ୟ ଦେଖି ବିଚଳିତ ହେଉଛି ଚାଷୀ ।
ଏ ଦୃଶ୍ୟ ହେଉଛି ଉମରକୋଟ ବ୍ଲକ୍ ମୁର୍ତ୍ତୁମା ଗ୍ରାମ ନିକଟ ରାଜ୍ୟ ରାଜପଥର । ଯେଉଁଠି ଏକ ସାର ଗାଡି ଖରାପ ହୋଇ ରାସ୍ତା କଢରେ ଛିଡା ହୋଇଥିବାର ଖବର ପାଇବା କ୍ଷଣି ସେଠାରେ କିଛି ପିକଅପ୍ ଭ୍ୟାନ ର ସାର ଗୁଡ଼ିକୁ ଲୋଡ଼ କରି ରାଇଘର ଅଭିମୁଖେ ଯାଇ ଥିଲା ।କିନ୍ତୁ ଏହି ଗାଡ଼ି ଗୁଡ଼ିକ ଡିଲର୍ ପାଖରେ ନ ଯାଇ ଜଣେ ସାର ଦଲାଲ ପାଖକୁ ଯାଉଥିବା ଚାଷୀ ଖବର ପାଇଥିଲେ।ରାଇଘର ବ୍ଲକ ର କାର୍ଯ୍ୟରତ ଜୈନିକ ଶିକ୍ଷକ ମହାଶୟ ସାର ଦଲାଲ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚାଷୀକୁଳ। ଏନେଇ ଚାଷୀ ମାନେ ତୁରନ୍ତ କୃଷି ଅଧିକାରୀ ଙ୍କୁ ଖବର ଦେଇଥିଲେ। ପରେ କୃଷି ଅଧିକାରୀ ଙ୍କ ଉପସ୍ଥିତ ରେ ଚାଷୀ ମାନେ ଲମ୍ବା ଲାଇନ ଲଗାଇ ୟୁରିଆ ସାର କିଣି ନେଇଥିଲେ।

Comments are closed.