Odisha news

ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ

ନବରଙ୍ଗପୁର (କେ.ସାକିଲି ଦୋରା)—  ଜିଲ୍ଲା ଶିଶୁସୁରକ୍ଷା  ୟୁନିଟ  ଆନୁକୁଲ୍ଯରେ ଆଜି  ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା  କିଶୋର କିଶୋରୀ  ମାନଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ  ତାଲିମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ  ସଂସ୍ଥା  ବୈଠକ ଗୃହ  ରେ ଅନୁଷ୍ଟିତ ହୋଇଯାଇଛି ।  ଗ୍ରାମ୍ୟ ଉନ୍ନୟନ  ସଂସ୍ଥା ର  ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଟିତ ଏହି  ତାଲିମ ଶିବିରେ ଜିଲ୍ଲାରୁ ମୋଟ ୮୫ ଜଣ ଅଧାରୁ ପାଠ ଛାଡି ଥିବା  ଓ ବାଲ୍ୟ ବିବାହରୁ ରୋକାଯାଇଥିବା କିଶୋର କିଶୋରୀ ମାନେ ଯୋଗଦେଇ  ପଲିଟେନିକ ଶିକ୍ଷାର ଉପକାରିତା ଓ  ଦକ୍ଷତା ବିକାଶ ଶିକ୍ଷା ସମାପ୍ତି ପରେ ନିଯୁକ୍ତି ଦେବାର  ସୁବିଧା ସୁଯୋଗ  ଉପରେ  ବିସ୍ତୃତ ଭାବରେ  ପ୍ରଶିକ୍ଷଣ ନେଇଥିଲେ । ପ୍ରାରମ୍ଭ ରେ  ପ୍ରକଳ୍ପ ନିର୍ଦେଶକ ଶ୍ରୀ  ସାହୁ  ସମସ୍ତ  କିଶୋର କିଶୋରୀ ମାନଙ୍କୁ ନିଜ ପ୍ରଚେଷ୍ଟା ରେ ନିଜର ବାଲ୍ୟବିବାହ  କୁ ରୋକିଥିବା ଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇ   ଶିକ୍ଷାର ବିକଳ୍ପ ରେ ସ୍ବାବଲମ୍ବନଶିଳ ସହିତ ଆଗାମୀ ଦିନରେ  ଆର୍ଥକ ସ୍ଥିତି  ମଝୁଭୂତ କରିବା ପାଇଁ  ମତବ୍ୟକ୍ତ କରିଥିଲେ ।
ପରେ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ  ସୁରେଶ କୁମାର ପଟ୍ଟନାୟକ   ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା  କିଶୋର କିଶୋରୀ  ମାନଙ୍କ ନିମନ୍ତେ ଏହି ତାଲିମି  ସହାୟକ ହେବା ସହିତ  ଏହା କର୍ମ ନିଯୁକ୍ତି ର ଉତ୍ତମ ମାର୍ଗ ଦେଖାଇବ ବୋଲି ମତ ବ୍ୟକ୍ତ କରିଥଲେ । ସେହି ପରି ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ   ସ୍ଵର୍ଣ୍ଣଲତା ବିଶ୍ବାସ   ନିଜର ବକ୍ତବ୍ଯ ରେ  ଜିଲ୍ଲାରେ ପରମ୍ପରା ନାମରେ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନ ରେ ବାନ୍ଧିଦେଇ  ପରିପକ୍ଵ ବୟସ  ପୂର୍ବରୁ  ମାତୃତ୍ଵ ଲାଭକରିବାକୁ ବାଧ୍ୟ କରୁଥିବା  ପରିବାର ର ମାତା ପିତା ମାନଙ୍କୁ  ଝିଅ ମାନେ ଦୃଢତାର ସହିତ ମୁକାବିଲା କରି  ନିଜକୁ ଆର୍ଥକ କ୍ଷେତ୍ରରେ ମଝ୍ଭୁତ କରିବା ପାଇଁ  ଆହ୍ଵାନ ଦେଇଥିଲେ ।
ପରେ ଜିଲ୍ଲା କର୍ମନିୟୋଜନ ଅଧିକାରୀ  ତତ୍ଵମାସି ମହାପାତ୍ର  ନବରଙ୍ଗପୁର ଜିଲ୍ଲାରେ  ଜୀବନ ସଂଘର୍ଷ ମଧ୍ୟରେ  କୃତିତ୍ଵ ଅର୍ଜନ କରିଥିବା କିଶୋରୀ ବାଳିକା ମାନଙ୍କର  ଉଦାହରଣ ଦେଇ ଦକ୍ଷତା ବିକାଶ  ତାଲିମ  ନୂତନ ବାଟ ଦେଖାଇବ ବୋଲି କହିଥିଲେ । ପରେ ପରେ  ଓରମାସ ତରଫରୁ ଶିବାନୀ ଏଜୁକେସନ  ଚାରିଟେବୁଲ ଟ୍ରଷ୍ଟ ର ଅମ୍ବିକା ରଥ ସରକାରଙ୍କର  ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ ।  ତାଲିମ ଶେଷରେ ଜିଲ୍ଲାର ୮୦ ଜଣ ଝିଅ ଓ ୫ ଜଣ ପୁଅ ଙ୍କୁ  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ  ସଂସ୍ଥା  ତରଫରୁ  ତାଲିମି ନେ ବାପାଇଁ  ଆଜିର  ଶିବିରରେ ସମ୍ମତି ପ୍ରକାଶ କରିଥିଲେ ।
ଅନ୍ୟମାଙ୍କ ମଧ୍ୟରେ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ, ସିଡିପିଓ ନିବାସିନୀ ବିଶ୍ଵାଳ , ଦୀପ୍ତି ରାଣୀ ସିଂ,ସୁତପା ଚୌଧୁରୀ ,ବିନୋଦିନୀ ପଟ୍ଟନାୟକ ,ସୁନିତା ଦେବୀ ତ୍ରିପାଠି , ସୁପର ଭାଇଜର   ସସ୍ମିତା ମହାନ୍ତି , ସଞ୍ଜୁକ୍ତା ବେହେରା ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ନିଜ ନିଜର ବକ୍ତବ୍ୟରେ ଉପସ୍ଥିତ ଥିବା  ବାଳକ ବାଳିକା ମାନକୁ  ଦକ୍ଷତା ବିକାଶ  ତାଲିମିର ବିଭିନ୍ନ ଦିଗ ଉପରେ ଉତ୍ସାହିତ କରିଥିଲେ  ।

Comments are closed.