Odisha news

ସରକାରୀ ଉଚ୍ଚ ବିଦ୍ୟାଳୟ ର ୧୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୫୨,୨୦୦ ଟଙ୍କା ଓ ପିଏମ କେର ଫଣ୍ଡ କୁ ୧୦,୦୦୧ ଟଙ୍କା ଦାନ।

0

ବୋରିଗୁମ୍ମା (k.sakil dora)— କରୋନା ଭାଇରସ ସାରା ବିଶ୍ୱକୁ ଦୋହଲାଇ ଦେଇଛି। ମହାମାରୀ କରୋନା ର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିସହ ସାଧାରଣ ଲୋକ ଠାରୁ ସରକାରୀ ଚାକିରିଆ ଓ ଅନ୍ୟାନ୍ୟ ବଦାନ୍ୟ ବ୍ୟକ୍ତି ମାନେ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ଙ୍କ କୋବିଡ଼ କେର ଫଣ୍ଡ କୁ ଦାନ କରୁଛନ୍ତି। ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ର ୧୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୫୨,୨୦୦ ଟଙ୍କା ପ୍ରଦାନ କରିଥିବା ବେଳେ ପ୍ରଧାନମନ୍ତ୍ରୀ କେର ଫଣ୍ଡ କୁ ୧୦,୦୦୧ ଟଙ୍କା ଦାନ ସ୍ୱରୂପ ପ୍ରଦାନ କରିଛନ୍ତି। ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟାନନ୍ଦ ପଟନାୟକ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୫ ହଜାର ଓ ପ୍ରଧାନମନ୍ତ୍ରୀ କେର ଫଣ୍ଡ କୁ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେହିଭଳି ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଟି.ଶୈଳଜା ଦୋରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୧୫ ହଜାର ଟଙ୍କା ଓ ପ୍ରଧାନମନ୍ତ୍ରୀ କେର ଫଣ୍ଡ କୁ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ରଜନୀ ପରିଡା ୧୦ ହଜାର,ପ୍ରଭାସିନୀ ବେହେରା ୨ହଜାର, ଏଲିନା ମିଶ୍ର ୫୦୦ ଟଙ୍କା, ରଜତ ଷଡଙ୍ଗୀ ୨୬୦୦ ଟଙ୍କା, ଗୌରୀ ଶଙ୍କର ସାମନ୍ତରାୟ ୨ ହଜାର ଟଙ୍କା, ସୀମାଞ୍ଚଳ ଦାସ ୨ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଦାନ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ପଟନାୟକ ସୂଚନା ଦେଇଛନ୍ତି।

Leave A Reply