Odisha news

ବୋରିଗୁମ୍ମା :ତିନୋଟି ବ୍ଲକ ରୁ ୭୦ ଟି ସ୍ୱାବ ଟେଷ୍ଟ ପାଇଁ ଭୁବନେଶ୍ବର ପଠାଗଲା।

0

ବୋରିଗୁମ୍ମା (K. sakil dora)– କରୋନା ଭାଇରସ କୁ ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏକ ବଡ଼ ପଦକ୍ଷେପ ହାତକୁ ନେଇଛି। ବିଭିନ୍ନ ବ୍ଲକ ବାହାରୁ ଆସୁଥିବା ଲୋକ ମାନଙ୍କ ସହ କୋବିଡ଼ ଲକ୍ଷଣ ଥିବା ଲୋକମାନଙ୍କ ସ୍ୱାବ ଟେଷ୍ଟ କରାଯାଉଛି। ଏହି କ୍ରମରେ  ବୋରିଗୁମ୍ମା ସରକାରୀ ଏମ ଇ ସ୍କୁଲ ପରିସରରେ ତିନୋଟି ବ୍ଲକ କୁ ନେଇ ସ୍ୱାବ ସାମ୍ପୁଲ ସଂଗ୍ରହ କରାଯାଇଥିଲା। ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡ଼ିକାଲ ଅଫିସର ଡ଼.ରାଜାରାମ ସ୍ୱାଇଁ ଙ୍କ ପ୍ରତକ୍ଷ ତତ୍ୱବାଧାନରେ ବୋରିଗୁମ୍ମା, କୋଟପାଡ଼ ଓ କୁନ୍ଦୁରା ବ୍ଲକ ର ଲୋକମାନେ ଆସିଥିଲେ। ଯେଉଁ ମାନେ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସିଛନ୍ତି ଓ ଯେଉଁମାନଙ୍କୁ କୋବିଡ଼..୧୯ ଥିବା ଭଳି ମନେ ହେଉଛି, ସେହିମାନଙ୍କୁ ସ୍ୱାବ ସଂଗ୍ରହ କରାଯାଇଥିଲା।ବୋରିଗୁମ୍ମା ବ୍ଲକରୁ ୪୧ ଜଣ ,କୋଟପାଡ଼ ବ୍ଲକରୁ ୧୯ ଜଣ ଓ କୁନ୍ଦୁରା ବ୍ଲକରୁ ୧୦ ଜଣ ଏହିପରି ମୋଟ ୭୦ ଜଣ ଙ୍କ ସ୍ୱାବ ସଂଗ୍ରହ ହୋଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟ ଦୁଇ ଜଣ ସ୍ୱାସ୍ଥ୍ୟ ଅଧିକାରୀ ସାବିତ୍ରୀ ରଥ ଓ ଜ୍ଞାନେଶ୍ୱରୀ ମିଶ୍ର ଲୋକଙ୍କ ସ୍ୱାବ ସଂଗ୍ରହ କରିଥିଲେ। ବୋରିଗୁମ୍ମା ମେଡ଼ିକାଲ ର ବି ପି ଏମ ସରୋଜ କୁମାର ମହାପାତ୍ର, ସ୍ୱାସ୍ଥ୍ୟ ଅଧିକାରୀ କ୍ଷୀରୋଦ ବେହେରା, ମନୋଜ କୁମାର ରାଉତ ,ଶ୍ରୀନିବାସ ରାଓ ପ୍ରମୂଖ ସହଯୋଗ କରିଥିଲେ।ଏହି ସବୁ ସାମ୍ପୁଲ କୁ ଟେଷ୍ଟ ପାଇଁ ଭୁବନେଶ୍ବର ପଠାଯାଇଥିବା ମେଡ଼ିକାଲ ପକ୍ଷରୁ କୁହାଯାଇଛି।

Leave A Reply