ଦୋବଲ, ୧୨/୭ : ଦୋବଲ ବସ୍? ଷ୍ଟାଣ୍ଡ ଏବେ ଜବର ଦଖଲ କାରୀଙ୍କ କବଳରେ ରହିଥିବାରୁ ଏନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଦିନକୁ ଦିନ ପରିସ୍ଥିତି ବିଗୁଡୁଥିବାରୁ ଭବିଷ୍ୟତରେ ସାଂପ୍ରଦାୟିତ ସଦଭାବ ନଷ୍ଟ ହେବା ଭଳି ସ୍ଥିତି ଉପୁଜିବା ଆଶଙ୍କା ରହିଛି । ଏଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ହୋଇପଡ଼ିଛି । ଦୀର୍ଘ ୫୦ରୁ ୬୦ ବର୍ଷ ହେଲା ଦୋବଲର ଗେଙ୍ଗୁଟି ବନ୍ଧ କଡ଼ରେ ବଜାର ଆରମ୍ଭରେ ବସଷ୍ଟାଣ୍ଡଟି ଚାଲୁଅଛି । ଏଠାରୁ ଦୈନିକ ଭଦ୍ରକ, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ଭୁବନେଶ୍ୱର ଓ କଟକକୁ ବସ୍ ଯାତାୟାତ କରିଥାଏ । ଏହାସହ ଟାଟା ଏସିଇ, ଅଟୋ ଓ କ୍ୟାଣ୍ଟର ଚଳାଚଳ କରିଥାଏ । ଭଦ୍ରକୁ ଦୋବଲ ଆସୁଥିବା ବସ୍ ଏହିଠାରେ ରହିଥାଏ । ପୁଣି ଏହିଠାରୁ ଯାଇଥାଏ । ଖଡ଼ିପଦା, କରଦା, ଦଳାଙ୍ଗ, ପଧାନି, ଆନନ୍ଦପୁର, ଦୋବଲ ଓ ମୁସ୍ତାଫାପୁର ପଞ୍ଚାୟତ ସହ ଭଣ୍ଡାରିପୋଖରୀ ବ୍ଲକର କୋରିଗାଁ, ଷୋଳମପୁର ପଂଚାୟତର ହଜାର ହଜାର ଲୋକ ଏହି ଜାଗାରୁ ଭଦ୍ରକ ଯିବାଆସିବା କରନ୍ତି । ସେହିପରି ଯାଜପୁର ଜିଲ୍ଲାର ଅଧିକାଂଶ ବାସିନ୍ଦା ମଧ୍ୟ ଭଦ୍ରକ ସହ ଯୋଗାଯୋଗ କରିବା ଲାଗି ଏହି ବସ୍? ଷ୍ଟାଣ୍ଡ ଉପରେ ନିର୍ଭର କରିଥାନ୍ତି ।ବସ୍? ଷ୍ଟାଣ୍ଡ ଚାଲିଥିବା ସ୍ଥାନକୁ କେତେକ ୍େୱକ୍ତି ନିଜ ଅକ୍ତିଆରରେ ରଖିଛନ୍ତି । ଯାହା ଫଳରେ ଦୋବଲ ବସ୍? ଷ୍ଟାଣ୍ଡ ନିଜର ସତ୍ତା ହରାଇବାକୁ ଯାଉଛି ।
ଗୋଟିଏ ପଟେ ସଂପୃକ୍ତ ଧାର୍ମିକସ୍ଥଳୀର କର୍ମକର୍ତ୍ତା ଧିରେ ଧିରେ ବାଡ଼ ଘୁଞ୍ଚାଇ ବସଷ୍ଟାଣ୍ଡକୁ କବଜା କରିଛନ୍ତି । ଆରପଟେ ଦୋବଲରେ ନବନିର୍ମିତ ଗେଙ୍ଗୁଟି ପୋଲର ଆପ୍ରୋଚ ରୋଡ୍ ଏବେ ବସ୍ ଷ୍ଟାଣ୍ଡ ମଝିରେ ଆସୁଛି । ଏଣୁ ବସ୍ ଷ୍ଟାଣ୍ଡ ପାଇଁ ଆଉ ଜାଗା ନାହିଁ । ଯେତିକି ଜାଗା ରହିଛି, ସେତିକିରେ ଅତି ବଡ଼ ଜୋରରେ ୨ଟି ବସ୍ ପାର୍କିଂ ହୋଇପାରିବ । ହେଲେ ସେତକ ଜାଗାକୁ ଘରୋଇ ଟ୍ରକ, ଟ୍ରାକ୍ଟର, ପିକ୍ ଅପ୍ ଭ୍ୟାନ ମାଲିକମାନେ କବଜା କରି ନେଲେଣି । ତା ସିହତ ବସ୍ ଷ୍ଟାଣ୍ଡର ପ୍ରବେଶ ପଥରେ ଉଠା ଦୋକାନିମାନେ ମଧ୍ୟ ତମ୍ବୁ ପକାଇ ବେପାର କରୁଛନ୍ତି । ଯାହା ଫଳରେ ଏଠାକୁ ଆସୁଥିବା ଓ ଏଠାରୁ ଯାଉଥିବା ବସ୍ ଆଉ ଷ୍ଟାଣ୍ଡ ଭିତରକୁ ନ ଯାଇ ମୁଖ୍ୟ ରାସ୍ତା ଉପରେ ଛିଡ଼ା ହେଉଛି । ଏହି କାରଣରୁ ଦୋବଲର ମୁଖ୍ୟ ବଜାରରେ ଟ୍ରାଫିକ ସମସ୍ୟା ଉପୁଜୁଛି । ହାଟପାଳି ଦିନ ଦୋବଲର ୩୦୦ ମିଟର ଲମ୍ବ ରାସ୍ତା ପାର୍ ହେବା ଲାଗି୧୫ ରୁ ୨୦ ମିନିଟ ବି ଲାଗି ଯାଉଛି । ତେବେ ବସଷ୍ଟାଣ୍ଡକୁ ଜବରଦଖଲ ମୁକ୍ତ କରିବା ନେଇ ତହସିଲଦାର ଓ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଆପତ୍ତି କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ଏନେଇ ସୋମବାର ଦିନ ଧାମନଗର ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣିରେ ସ୍ଥାନୀୟ ଅଂଚଳର ଅଧିବାସୀମାନେ ଅଭିଯୋଗ କରିଥିଲେ । ତୁରନ୍ତ ବସଷ୍ଟାଣ୍ଡକୁ ଜବର ଦଖଲ ମୁକ୍ତ କରିବା ପାଇଁ ଧାମନଗର ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ
