ବାରିପଦା : ଆଉ ଅଳ୍ପଦିନ ରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟା ନାରୀନେତ୍ରୀ ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ପାଇଁ ମନୋନୀତ ହୋଇ ନିର୍ବାଚନ ଲଢୁଛନ୍ତି । ତାଙ୍କରି ସୁନିଶ୍ଚିତ ବିଜୟ ନେଇ ତାଙ୍କ ଜନ୍ମମାଟି ଉପବେଡା ଗ୍ରାମରେ ଆଦିବାସୀ ସାନ୍ତାଳ ସମାଜ ପକ୍ଷରୁ ସ୍ଥାନୀୟ ଜାହେରଗାଳ ଠାରେ ଆଦିବାସୀ ସାନ୍ତାଳ ସମାଜ ଲୋକ ପାରମ୍ପାରିକ ବେଶଭୂଷା ନେଇ ସେଠାରେ ଜାହାରାୟେ, ମାରାଂବୁରୁ ଏବଂ ଲିଟେ ଗୋସାଇଁଙ୍କ ପୂଜାର୍ଚ୍ଚନା କରିଥିଲେ । ସେମାନଙ୍କର ବିଶ୍ୱାସ ଏହି ୩ ଠାକୁରଙ୍କୁ ପୂଜାର୍ଚ୍ଚନା କଲେ ନିଶ୍ଚିତ ଭାବେ ଶୁଭଫଳ ମିଳିଥାଏ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ପେଶା କୋଅର୍ଡିନେଟର ଖେଳାରାମ ହାଁସଦାଃ ଗ୍ରାମ୍ୟ ମୁଖିଆ ଦୁଖୀଶ୍ୟାମ ଟୁଡୁ, ବାଗୁନ୍ ସୋରେନ୍ ଓ ସିଦେ୍ଧଶ୍ୱର ମୁର୍ମୁଙ୍କ ସମେତ ଉପରବେଡାର ସାନ୍ତାଳ ସମାଜ ଲୋକେ ଏବଂ ଆଖପାଖ ଅଞ୍ଚଳର ସାନ୍ତାଳ ସମ୍ପ୍ରଦାୟର ଲୋକେ ଉପସ୍ଥିତ ରହି ନାଚ, ଗୀତ, ଢୋଲ ଓ ମାଦଳ ବଜାଇ ଉସôବ ମୁଖର କରିଥିଲେ ।
