ବାରିପଦା : ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଜାଗ୍ ମୟୂରଭଞ୍ଜ ଜାଗ୍ ପକ୍ଷରୁ ୬ଟି ହୁଇଲ୍ ଚେୟାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ଜାଗ୍ ମୟୂରଭଞ୍ଜ ଜାଗ୍ର ଅଧ୍ୟକ୍ଷ ଅରୁଣ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ପିଆରଏମ ଅଧିକ୍ଷକ ପ୍ରତିଭା ପଣ୍ଡା, ହସ୍ପିଟାଲ ମ୍ୟାନେଜର ସୌମ୍ୟ ରଞ୍ଜନ ମହାପାତ୍ର ଓ ତରୁଣ ଦାସଙ୍କ ଉପସ୍ଥିତିରେ ହୁଇଲ ଚେୟାର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ପିଆରଏମ ମେଡିକାଲ କଲେଜରେ ଗତ କିଛିଦିନ ତଳେ ୧୮୦ ବେଡ୍ ଶଯ୍ୟା ବିଶିଷ୍ଟ ନୂତନ ମେଡିକାଲ ଗୃହ ଆରମ୍ଭ ହୋଇଥିବାବେଳେ ରୋଗୀମାନଙ୍କ ବିଭିନ୍ନ ପରୀକ୍ଷା ପାଇଁ ତଥା ଯିବାଆସିବା ପାଇଁ ହୁଇଲ୍ ଚେୟାରର ଅଭାବ ଦେଖା ଦେଇଥିଲା । ଏହାକୁ ଦେଖି ସଂଗଠନ ପକ୍ଷରୁ ଆଜି ହୁଇଲ୍ ଚେୟାର ବ୍ୟବସ୍ଥା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର ସଭାନେତ୍ରୀ ସୋନାଲି ପ୍ରିୟଦର୍ଶନୀ ବେହେରା, ତପସ୍ୱନୀ ରଣା, ବିକାଶ ବାରିକ, ଦନେଇ ସିଂ ଓ ରାଜୁ ବିନ୍ଧାଣୀଙ୍କ ସହ ମେଡିକାଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
