Odisha news

୧୪ ବର୍ଷରେ ଲୋକାୟତଙ୍କୁ ୧୩ ଥର କଲେଣି ଗୁହାରି : ଅଭିଯୋଗ ର ଉତ୍ତର କେବଳ ଚିଠିରେ ସୀମିତ

0

ଧାମରା,୧୨/୦୭ : ୧୪ ବର୍ଷରେ ଲୋକାୟତଙ୍କୁ ୧୩ ଥର କଲେଣି ଗୁହାରି । ତାଙ୍କ ଅଭିଯୋଗ ର ଉତ୍ତର କେବଳ ଚିଠିରେ ସୀମିତ ରହିଛି । ଏପରି ଘଟଣା ଚାନ୍ଦବାଲି ବ୍ଲକ ଧାମରା ଏରିଆରେ ଦେଖିବାକୁ ମିଳିଛି । ଧାମରା ନିକଟସ୍ଥ କଇଥ ଖୋଲା ଗାଁର ନରସିଂହ ଦାସ ଜଣେ ବରିଷ୍ଠ ନାଗରିକ । ସେ ରାଜ୍ୟ ସରକାରଙ୍କ ବନ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ । ନିଜର ସ୍ୱେଚ୍ଛାକୃତ ଅବସର ପାଇଁ କରିଛନ୍ତି ପ୍ରଥମ ଗୁହାରି ।

ଦ୍ୱିତୀୟରେ ଅବସର କାଳୀନ ପ୍ରାପ୍ୟ, ତୃତୀୟରେ ଦେବତ୍ତୋର ସମ୍ପତ୍ତିର ଜବର ଦଖଲ ଉଚ୍ଛେଦ ପାଇଁ ଲୋକାୟତଙ୍କୁ କରିଛନ୍ତି ଗୁହାରି । ଏହା ସହିତ ଜମି ଜମା ସଂକ୍ରାନ୍ତିୟ ବିବାଦ, ଶଙ୍କର ନାଥ, ଲକ୍ଷ୍ମୀ ନାରାୟଣ ଜୀୟୁଙ୍କ ସମ୍ପତ୍ତିର ସୁରକ୍ଷା ଆଦି ୧୨ଟି ବିଷୟରେ ସେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଫର୍ଦ୍ଦ ଚାନ୍ଦବାଲି ତହସିଲଦାରଙ୍କ ଠାରୁ ଭାରତର ରାଷ୍ଟ୍ରପତି, ଲୋକାୟତଙ୍କ ପର୍ଯ୍ୟନ୍ତ ଲମ୍ବିଛି । ତାଙ୍କ ଅଭିଯୋଗର ଅଧା ସମାଧାନ ହୋଇଛି । ବାକି ଅଧା ସମସ୍ୟାର ସମାଧାନ ହେଉନଥିବା ସେ କହିଛନ୍ତି ।

ତୁରନ୍ତ ଏହି ଅଭିଯୋଗ ଗୁଡ଼ିକର ସମାଧାନ କରାଯାଇ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଶ୍ରୀ ଦାସ ଦାବି ଜଣାଇଛନ୍ତି । ଲୋକାୟତଙ୍କ କାର୍ଯ୍ୟଳୟରୁ ଆସି ଥିବା ନିଦେ୍ର୍ଦଶାନାମା କାର୍ଯ୍ୟକାରୀ ହେଉ ନଥିବା ରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । କେତେକ ଅସାଧୁ କର୍ମଚାରୀଙ୍କ ପାଇଁ ଏହି ଚିଠି ଗୁଡ଼ିକ ଫାଇଲରେ ବନ୍ଧା ପଡ଼ିଛି । ଏଥିପାଇଁ ସେ ମାନସିକ ଯନ୍ତ୍ରଣା ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ପ୍ରଶାସନିକ ଅବହେଳା ଓ ରାଜନୈତିକ ଚକ୍ରାନ୍ତ ପାଇଁ ସେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ୨୦୦୮ରୁ ୨୦୨୨ ଲମ୍ବା ୧୪ ବର୍ଷ ଏହା ଭିତରେ ବିତି ଯାଇଛି । ତଥାପି ତାଙ୍କର ଅଭିଯୋଗ ସେମିତି ଅଭିଯୋଗ ବାକ୍ସରେ ଚାବି ପଡି ରହିଛି । ସମସ୍ତ ଅଭିଯୋଗ ର ବିଚାର କେତେ ଦିନ ପରେ ହେବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏହି ଦାବି ତାଙ୍କର ପୂରଣ ହେବା ପର୍ଯ୍ୟନ୍ତ ସେ ଆନେ୍ଦାଳନ ଜାରି ରଖିବେ ବୋଲି କହିଛନ୍ତି

Nalco
Leave A Reply