Odisha news

ଅଷ୍ଟ୍ରେଲୀୟ କ୍ରିକେଟର୍ ଡିନ୍‌ ଜୋନ୍‌ସ୍‌ଙ୍କର ହୃଦ୍‌ଘାତରେ ମୃତ୍ୟୁ : ଇଣ୍ଡିଆନ୍ ପ୍ରିମିୟର୍‌ ଲିଗ୍‌ର ହୋଷ୍ଟ୍‌ ବ୍ରୋଡ୍‌କାଷ୍ଟର୍‌ ହେବା ନିମନ୍ତେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଡିନ୍ ଜନ୍‌ ଭାରତ ଆସିଥିଲେ

0

ମୁମ୍ବାଇ: ଗୁରୁବାର ଦିନ ହୃଦ୍‌ଘାତ ଯୋଗୁଁ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍‌ ଡିନ୍‌ ଜୋନ୍‌ସଙ୍କର ମୁମ୍ବାଇରେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୫୯ ବର୍ଷ ହୋଇଥିଲା। ଇଣ୍ଡିଆନ୍ ପ୍ରିମିୟର୍‌ ଲିଗ୍‌ର ହୋଷ୍ଟ୍‌ ବ୍ରୋଡ୍‌କାଷ୍ଟର୍‌ ହେବା ନିମନ୍ତେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଡିନ୍ ଜନ୍‌ ଭାରତ ଆସିଥିଲେ। ଗୁରୁବାର ମଧ୍ୟାହ୍ନ ବେଳକୁ ମୁମ୍ବାଇର ଏକ ହୋଟେଲ୍‌ରେ ତାଙ୍କର ହୃଦ୍‌ଘାତ ହୋଇଥିଲା।

‘ଆଇପିଏଲ୍ ୨୦୨୦’ର ହୋଷ୍ଟ୍‌ ବ୍ରୋଡ୍‌କାଷ୍ଟର୍‌ ଷ୍ଟାର୍‌ ସ୍ପୋର୍ଟସ୍ ଇଣ୍ଡିଆ ଜୋନ୍‌ଙ୍କ ମୃତ୍ୟୁ ଘଟଣାକୁ ସୁନିଶ୍ଚିତ କରି ଏକ ବିବୃତିରେ କହିଛି, ବଡ଼ ଦୁଃଖର ସହ ଆମେ ଡିନ୍ ମର୍ବିନ୍ ଜୋନ୍‌ସ୍ ଏଏମ୍‌ଙ୍କ ମୃତ୍ୟୁ ଖବର ଜଣାଉଛୁ । ଆକସ୍ମିକ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପରିବାର ପ୍ରତି ଆମେ ଗଭୀର ଶୋକ ଜ୍ଞାପନ କରୁଛୁ ଏବଂ ଏହି ଅସୁବିଧା ସମୟରେ ସେମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛୁ। ଆବଶ୍ୟକ ବ୍ୟବସ୍ଥା କରିବା ନିମନ୍ତେ ଆମେ ଅଷ୍ଟ୍ରେଲୀୟ ହାଇକମିସନ୍‌ଙ୍କ ସହ ସମ୍ପର୍କ ରଖିଛୁ। ତାଙ୍କର ଶୋକସନ୍ତପ୍ତ ପରିବାର ଓ ବନ୍ଧୁବର୍ଗଙ୍କ ଲାଗି ଆମର ପ୍ରାର୍ଥନା।

୧୯୮୪ ରୁ ୧୯୯୨ ପର୍ଯ୍ୟନ୍ତ ଦୀର୍ଘ ୮ ବର୍ଷର ଆନ୍ତର୍ଜାତିକ କ୍ୟାରିୟର୍‌ରେ ଡିନ୍‌ ଜୋନ୍‌ସ୍‌ ଅଷ୍ଟ୍ରେଲିଆ ତରଫରୁ ୫୨ଟି ଟେଷ୍ଟ୍‌ ଏବଂ ୧୬୪ଟି ଏକଦିବସୀୟ ମ୍ୟାଚ୍ ଖେଳିଛନ୍ତି। ରେଡ୍‌ ବଲ୍ କ୍ରିକେଟ୍‌ରେ ୪୬.୫୫ ହାରରେ ସେ ୧୧ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ସମେତ ୩୬୩୧ ରନ୍ ସଂଗ୍ରହ କରିଥିଲେ।

ଦିନିକିଆ ଆନ୍ତର୍ଜାତିକରେ ସେ ୪୪.୪୧ ହାରରେ ୭ଟି ଶତକ ଓ ୪୫ଟି ଅର୍ଦ୍ଧଶତକ ସମେତ ୬୦୬୮ ରନ୍‌ ସଂଗ୍ରହ କରିଥିଲେ। ‘ପ୍ରଫେସର୍ ଡିଆନୋ’ ନାମରେ ସେ ସୁପରିଚିତ ଥିଲେ।

Leave A Reply