ବ୍ରହ୍ମପୁର/ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ଖମ୍ବାରୀଗାଁ ପଂଚାୟତ ଅନ୍ତର୍ଗତ ଟୀକରପଡ଼ା ଗ୍ରାମରେ ମିତାଲି ଙ୍କ ଜନ୍ମ । ଶ୍ରୀ ପ୍ରଦୀପ କୁମାର କର ଓ ଶ୍ରୀମତୀ ସୁନୀତା କରଙ୍କ ଜ୍ୟେଷ୍ଠ କନ୍ୟା । ପିଲାଟି ଦିନରୁ ସେ ଜଣେ ମେଧାବୀ ଛାତ୍ରୀ । ପାଠ ପଢାରେ ରହିଥିଲା ରୁଚି ତେଣୁ ପ୍ରାରମ୍ଭ ଠାରୁ ପ୍ରତି ଶ୍ରେଣୀ ରେ ସେ ଶତପ୍ରତିଶତ ମାର୍କ ରଖି ଆସୁଥିଲେ। ନବମ ଶ୍ରେଣୀରେ ମଧ୍ୟ ଶତକଡା ୯୬ % ମାର୍କ ରଖିଥିଲେ।ହେଲେ ମିତାଲି ଙ୍କ ଆଶା ଥିଲା ଦଶମ ବୋର୍ଡ ପରୀକ୍ଷାରେ ୯୬% ରୁ ଅଧିକ ମାର୍କ ରଖି ଶିକ୍ଷାନୁଷ୍ଠାନ ସହିତ ପିତା ମାତା ଙ୍କ ଗୌରବ ରଖିବେ ବୋଲି । କିନ୍ତୁ ବିଧିର ବିଧାନ ର ବିଚାର ଅଲଗା ।ସେ ଦଶମ ଶ୍ରେଣୀ ପ୍ରଥମ ସମେଟିଭ ପରୀକ୍ଷା ସମୟରେ ହଠାତ୍ ଜ୍ଵର ହୋଇ ଅସୁସ୍ଥ ଅନୁଭବ କଲେ ଏବଂ ଦୀର୍ଘ ଚାରି ମାସ ଜ୍ଵର ସହ ଲଢ଼ି ଦ୍ୱିତୀୟ ସମେଟିଭ ପରୀକ୍ଷାର ୧୦ ଦିନ ପୁର୍ବରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କଲେ ଓ ଶେଷରେ ପରୀକ୍ଷା ଦେବା ପାଇଁ ମନସ୍ଥ କରି ପ୍ରସ୍ତୁତି ରେ ଲାଗି ପଡ଼ିଲେ। ନିକଟେ ପ୍ରକାଶିତ ହୋଇଥିବା ଦଶମ ବୋର୍ଡ ପରୀକ୍ଷା ରେ ୮୮% ମାର୍କ ରଖି ଉତ୍ତୀର୍ଣ୍ଣ ହେଲେ ମଧ୍ୟ ସେ ଏହି ମାର୍କ ରେ ସନ୍ତୁଷ୍ଟ ନୁହଁନ୍ତି ବୋଲି ବ୍ୟକ୍ତ କରିଛନ୍ତି । ଯେତିକି ମାର୍କ ରଖିଛନ୍ତି ନିଜର ପରିଶ୍ରମ, ଗୁରୁଜୀ ଗୁରୁମାଙ୍କ ଆଶୀର୍ବାଦ ଓ ଭଗବାନ ଙ୍କ କରୁଣା ରୁ ସମ୍ଭବ ବୋଲି କହିଛନ୍ତି । ତେଣୁ ପରିଶ୍ରମ କେବେ ବୃଥା ଯାଏନି ଏହା ଏକ ଜ୍ୱଳନ୍ତ ଉଦାହରଣ । ଭବିଷ୍ୟତ ରେ ସେ ଡାକ୍ତରୀ ପାଠ ପଢ଼ି ଭଲ ଡାକ୍ତରି ଟିଏ ହୋଇ ରୋଗୀ ଙ୍କ ସେବାରେ ବ୍ରତୀ ରହିବାର ଆଶା ରଖିଛନ୍ତି । ଅଞ୍ଚଳ ବାସି ଓ ବନ୍ଧୁ ପାରିବାର ବର୍ଗ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।