ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ଦେଶ ବୋସ୍ତବାନାରେ ୩୭୮ କ୍ୟାରେଟର ଧଳା ହୀରା ମିଳିଛି ,ଯାହାର ମୂଲ୍ୟ ୧୧୦ କୋଟି ମୂଲ୍ୟ ଅଟେ l ଏହାକୁ କାନାଡ଼ାର ଗବେଷକମାନେ ଖୋଜି ବାହାର କରିଛନ୍ତି l ଏହି ହୀରା ଗୁଡିକ ମୂଲ୍ୟବାନ ହୀରା ଅଟେ l ଏହି ହୀରାକୁ ନେଇ ଲିୟୁସରା କମ୍ପାନୀର CEO ଇରା ଥୋମାସ ମଙ୍ଗଳବାର ଦିନ ବୟାନ ଦେଇଛନ୍ତି ଯେ ଆଜିକାଲି ଦୁନିଆରେ ଏହି ଭଳି ମୂଲ୍ୟବାନ ହୀରା ମିଳିବ ଭାଗ୍ୟର କଥା l ଏହା ପୂର୍ବରୁ ପୃଥିବୀରେ ୩୪୧ କ୍ୟାରେଟର ହୀରା ମିଳି ସାରିଛି ,କିନ୍ତୁ ଅଟେ ମୂଲ୍ୟବାନ କ୍ୟାରେଟର ହୀରା ମିଳିବ ପୃଥିବୀ ଇତିହାସରେ ଗୋଟିଏ ସ୍ୱପ୍ନ ସଦୃଶ l
ସେ କହିଛନ୍ତି ୨୦୨୧ ମସିହାର ଆରମ୍ଭ ହୀରା ବ୍ୟବସାୟରେ ଗୋଟିଏ ଭଲ ସମୟ ଦେଇ ଗତି କରିବାର ଆସ ରହିଛି l ବର୍ତ୍ତମାନ ଆମେ ୨୦୨୬ ମସିହାକୁ ଅପେକ୍ଷା କରିଛୁ ,କାରଣ ଆମେ ଆସ ରଖିଛୁ ଏହି ଆସନ୍ତା ବର୍ଷ ଖଣିଜ କ୍ଷତ୍ରରେ ଉନ୍ନତି କରାଇବ l ଥୋମାସ କହିଛନ୍ତି ୩୭୮ କ୍ୟାରେଟର ହୀରା ବି ଆର୍ତ୍ତମାନ ପର୍ଯ୍ୟନ୍ତ ଖଣିଜ ହୀରା ମାନଙ୍କ ମଧ୍ୟରୁ ମୂଲ୍ୟବାନ ଅଟେ l ଅନ୍ତରାଷ୍ଟ୍ରୀୟ ବଜାରରେ ହୀରାର ଚାହିଦା ଅଧିକ ରହିଥାଏ ଏବଂ ଯେଉଁ ହୀରାର କ୍ୟାରେଟ ଯେତେ ଅଧିକ ତାହା ସେତେ ମୂଲ୍ୟବାନ ଅଟେ l ଏହା ହୀରାର ଶୁଦ୍ଧତାକୁ ପରିଚୟ ଦେଇଥାଏ l