ଢ଼େଙ୍କିକୋଟ ତା ୨୭. ୯. ୨୩ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଗରଗଡ଼ବାହାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦପିଇ ସ୍କୂଲ ପରିସର ଭିତରେ ଗଡ଼ୁଛନ୍ତି।ଏ ଦୃଶ୍ୟ ଦେଖିବାକୁ ପିଲାମାନଙ୍କୁ ଯେତିକି ଖୁସି ଦେଉଥିଲା ସେତିକି ଦୁଃଖ ଓ ଭୟ ମଧ୍ୟ ଲାଗୁଥିଲା। ପିଲାମାନେ ପାଠ ପଢିବେ କ’ଣ ଓଲଟି ସାରଙ୍କ ନାଚ ଦେଖୁଛନ୍ତି। ଅଭିଭାବକମାନେ ବି ତାଜୁବ ସେମାନେ ନିଜକୁ ନିଜେ ପ୍ରଶ୍ନ କରୁଛନ୍ତି ତାଙ୍କ ପିଲାମାନଙ୍କ ଭବିଷ୍ୟତ କେତେ ଉଜ୍ଜଳ। ଏଠାରେ ଗୋଟିଏ ପଟରେ ଶିକ୍ଷକମାନେ ସେମାନଙ୍କର ଦାବୀ ପୂରଣ ଲାଗି ଆନ୍ଦୋଳନ ଆରମ୍ଭ କରିଛନ୍ତି ଅନ୍ୟ ପଟରେ ପ୍ରଧାନ ଶିକ୍ଷକ ମାସକୁ ମାସ ୭୦/୮୦ ହଜାର ଟଙ୍କା ଦରମା ପାଇ ରଙ୍ଗିନ ଦୁନିଆଁରେ ହଜି ଯାଇଛନ୍ତି। ଧନ୍ୟ କହିବ ଆମ ରାଜ୍ୟ ସରକାର ଓ ଶିକ୍ଷା ବ୍ୟବସ୍ଥାକୁ। ସ୍କୁଲକୁ ସରସ ସୁନ୍ଦର କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ ଶିକ୍ଷାଦାନ ବ୍ୟବସ୍ଥା ନ କହିବା ଭଲ। ସରକାର ତୁମକୁ କୋଟି ଜୁହାର, କିଛି ନ ହେଲେ ନାହିଁ ବର୍ତ୍ତମାନ ହେଲେ ଟିକେ ଆକ୍ସସନ ନିଅ। ନିଦା ବିଷ୍ଣୁ ସାଜି ଶୋଇ ରହିଲେ ଲୋକ ମାନଙ୍କ ଆଶା ଭରସା ଆଉ ରହିବ ତ, ଛୁଆଙ୍କ ଅଭିଶାପ ପଡିବ ଲୋକେ କହୁଛନ୍ତି।