କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଂଜାମ ଗସ୍ତ, ମାରଦା ଜଗନ୍ନାଥ ମନ୍ଦିର ଦର୍ଶନ ସହ ମନ୍ଦିରର ବିକାଶ ଦିଗରେ ଆଲୋଚନା
ପୋଲସରା ( ସୁଶାନ୍ତ କୁମାର ପଟ୍ଟନାୟକ) : ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଞ୍ଜାମ ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନ୍ୟତମ ପ୍ରସିଦ୍ଧ ଲୀଳାକ୍ଷେତ୍ର ଭାବେ ଜଣାଶୁଣା ପୋଲସରା ଅନ୍ତର୍ଗତ ମାରଦା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିବା କହିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀଜଗନ୍ନାଥ ସଂସ୍କୃତିର ବାର୍ତ୍ତା ବହନ କରୁଥିବା ଏହି ପବିତ୍ର ଶରଣ ଶ୍ରୀକ୍ଷେତ୍ରରେ ଜଗତର କଲ୍ୟାଣ ନିମନ୍ତେ ପ୍ରାର୍ଥନା କରୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଇତିହାସ ଅନୁସାରେ
୧୮୦୦ ଶତାବ୍ଦୀରେ ମୋଗଲ ସେନାର ଆକ୍ରମଣ ଭୟରେ ପୁରୀ ଶ୍ରୀମନ୍ଦିରର ସଂସ୍କାର ବାଧାପ୍ରାପ୍ତ ହେବା ଚିନ୍ତାରେ ସେ ସମୟରେ ପୁରୀର ଗଜପତି ମହାରାଜା ପୂଜ୍ୟ ରାମଚନ୍ଦ୍ର ଦେବ ଗଞ୍ଜାମ ଜିଲ୍ଲାର ମଥୁରା ଅଞ୍ଚଳରେ ଭଗବାନଙ୍କୁ ସୁରକ୍ଷିତ ରଖିଥିଲେ । ସମଗ୍ର ହିନ୍ଦୁ ସମାଜ, ଓଡିଆ ଲୋକ ଓ ଜଗନ୍ନାଥପ୍ରେମୀଙ୍କ ପାଇଁ ଏହା ପବିତ୍ର ତୀର୍ଥ କ୍ଷେତ୍ର ଭାବେ ପରିଚିତ।
ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ମନ୍ଦିରର ସାଧୁ ସନ୍ଥ ଏବଂ ସ୍ଥାନୀୟ ଅଞ୍ଚଳର ଗୁରୁଜନ ମାନଙ୍କୁ ଭେଟି ମନ୍ଦିର ସହ ଜଡ଼ିତ ବିଭିନ୍ନ ବିଷୟରେ ସେ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ପବିତ୍ର ଶରଣ ଶ୍ରୀକ୍ଷେତ୍ର ମାରଦା ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
Comments are closed.