ନୂଆଦିଲ୍ଲୀ/ଭୁବନେଶ୍ୱର,୩୧/୮ : ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଜଣେ ସମ୍ମାନିତ ରାଜନେତା, ଅପାର ଜ୍ଞାନର ବ୍ୟକ୍ତି ଥିଲେ । ପ୍ରଣବ ଦା’ ପାଞ୍ଚ ଦଶନ୍ଧି ଧରି ଭାରତୀୟ ରାଜନୀତିରେ ଏକ ଅବିସ୍ମରଣୀୟ ଛାପ ଛାଡିଥିଲେ ବୋଲି ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ପ୍ରଣବ ଦା’ ଭାରତର ଜଣେ ସର୍ବକନିଷ୍ଠ ଅର୍ଥମନ୍ତ୍ରୀ ଠାରୁ ଭାରତର ୧୩ତମ ରାଷ୍ଟ୍ରପତି ହୋଇ ପାରିଥିଲେ ଏବଂ ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କର ରାଜନୈତିକ ଆଭିମୁଖ୍ୟ ପାଇଁ ସେ ସର୍ବଦା ମୂଲ୍ୟବାନ ଥିଲେ । ସଂସଦୀୟ କାର୍ଯ୍ୟ ଏବଂ ଦଳୀୟ ରେଖା ଆଧାରରେ ସହମତି ସୃଷ୍ଟି କରିବାର କ୍ଷମତା ପାଇଁ ତାଙ୍କୁ ସର୍ବଦା ସମ୍ମାନ କରାଯାଉଥିଲା ।