Odisha news

ଓଡିଶାରୁ ୩ଟି ଟ୍ରେନ୍ ଚଳାଚଳ ଘୋଷଣା ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୦୯ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖି ପ୍ରବାସୀ ଓଡିଆଙ୍କ ଜୀବନଜୀବିକା ପାଇଁ ପୁନର୍ବାର ଟ୍ରେନ୍ ଚଳାଚଳ କରିବା ପାଇଁ ଅନୁରୋଧ କରିବା ପରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଓଡିଶାରୁ ଅହମ୍ମଦବାଦ ଏବଂ ସୁରତ ସମେତ ୩ଟି ସ୍ଥାନକୁ ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରିବ ବୋଲି ଘୋଷଣା କରାଯାଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି ଜଣାଇଛନ୍ତି ।
ଓଡିଶାର ଆବଶ୍ୟକତାକୁ ପ୍ରାଥମିକତା ଦେଉଥିବାରୁ ଏବଂ ପ୍ରବାସୀ ଓଡିଆଙ୍କ ପାଇଁ ଓଡିଶାରୁ ଅନ୍ୟ ରାଜ୍ୟକୁ ଟ୍ରେନ୍ ଚଳାଚଳ ପାଇଁ ଅନୁରୋଧକୁ ରଖିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ସେପ୍ଟେମ୍ବର ୧୨ ତାରିଖରୁ ଓଡିଶାରୁ ତିନି ଯୋଡା ସ୍ପେଶାଲ ଟ୍ରେନ୍ ପୁରୀରୁ ଅହମ୍ମଦବାଦ, ପୁରୀରୁ ଗାନ୍ଧିଧାମ ଏବଂ ପୁରୀରୁ ଓଖାକୁ ରେଳସେବା ଆରମ୍ଭ ହେବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏହି ସୁବିଧା ବିଭିନ୍ନ ରାଜ୍ୟରେ କାମ କରୁଥିବା ଓଡିଆଙ୍କୁ କର୍ମକ୍ଷେତ୍ରକୁ ପୁଣି ଥରେ ଫେରିବାରେ ସାହାଯ୍ୟ କରିବ ଏବଂ ନିରାପଦରେ ସେମାନେ ଯାତ୍ରା କରିପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply