ଧର୍ମଶାଳା,୦୯ ।୪(ସବୁ୍ୟ) ମହାମାରି କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ କରିବା ଉଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ପ୍ରଦାନ କରି ସହଯୋଗର ହାତ ବଢଇଛନ୍ତି ଧର୍ମଶାଳା ମହୋତ୍ସବ କମିଟି । ଆଜି ଯାଜପୁର ଜିଲା ଧର୍ମଶାଳା ମହୋତ୍ସବ କମିଟି ସଭାପତି ଜଳଧର ମହାନ୍ତି,ଉପସଭାପତି ଇନ୍ଦ୍ରମଣି ନାୟକ,ସାଧାରଣ ସଂପାଦକ ସତ୍ୟପ୍ରିୟ ମହାନ୍ତି,ସହ ସଂପାଦକ ଆନନ୍ଦ ଚନ୍ଦ୍ର ନାୟକ,କୋଷାଧ୍ୟକ୍ଷ ସୁଦିପ୍ତ ସ୍ୱାଇଁ ସଭ୍ୟ କ୍ଷୀରୋଦ ମୁଦୁଲୀ ଓ ପୂର୍ଣ୍ଣଚନ୍ଦ୍ର ଶତପଥୀ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ୧ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ ।