Odisha news

ମୟୂରଭଞ୍ଜ ଆତ୍ମା କର୍ମଚାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪୪୫୦୧ ଟଙ୍କା ପ୍ରଦାନ

0

ବାରିପଦା : କରୋନାର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ହାତକୁ ମଜବୁତ କରିବା ନିମନ୍ତେ କୃଷି ଓ କୃଷକ ସଶକ୍ତି ବିଭାଗ ଅନ୍ତର୍ଗତ ମୟୂରଭଞ୍ଜ ଆତ୍ମା ଯୋଜନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଯଥା ଆକାଉଣ୍ଟାଣ୍ଟ, କମ୍ପୁ୍ୟଟର ଅପରେଟର, ବିଟିଏମ ଓ ଏଟିଏମ ମାନଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅନଲାଇନ ଟ୍ରାନ୍ସଫର ମାଧ୍ୟମରେ ୪୪ହଜାର୫ଶହଏକଟଙ୍କା ପଠାଯାଇଅଛି । ଜିଲ୍ଲାସ୍ତରରେ ଆକାଉଣ୍ଟାଣ୍ଟ ରାଜାରାମ ସାହୁ , ମୋରଡା ଏଟିଏମ ସତୀଶ କୁମାର ଦାସ ଓ ବିଶୋଇ ଏଟିଏମ ଶିବାନନ୍ଦ ସାହୁ ତଥା କୃଷି ଜିଲ୍ଲାସ୍ତରରେ ମନୋନୀତ ହୋଇଥିବା ପ୍ରତିନିଧିମାନଙ୍କ ନେତୃତ୍ୱରେ ଜିଲ୍ଲାରେ କାର୍ଯ୍ୟରତ ୯୦ଜଣ କର୍ମଚାରୀ ସ୍ୱଇଚ୍ଛାରେ ଏହି ଅର୍ଥକୁ ପ୍ରଦାନ କରିଥିବା ପ୍ରକାଶ । ତତ୍ସହିତ ଜନସାଧାରଣଙ୍କୁ କରୋନା ଭାଇରସର ପ୍ରତିରୋଧ ନେଇ ସରକାରଙ୍କ ପକ୍ଷରୁ ଜାରି କରାଯାଇଥରବା ସଚେତନତା ଅନୁଯାଇ ଲକ୍ଡାଉନ୍ ମସୟରେ ଘରୁ ନ ବାହାରିବା ପାଇଁ ସମସ୍ତ କର୍ମଚାରୀ ଙ୍କ ଜୋରିଆରେ ଅନୁରୋଧ କରାଯାଇଅଛି ।

Leave A Reply