Odisha news

ଆମ ପୋଲିସ ପକ୍ଷରୁ ଗରିବ ଅସହାୟଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ

0

ଧର୍ମଶାଳା,୦୯ ।୪(ସବୁ୍ୟ) କରୋନା ପାଇଁ ଲକ୍ଡାଉନ ଜାରି କରାଯାଇଥିବା ବେଳେ ଗରିବ ଓ ଦିନ ମଜୁରିଆ ମାନେ କାମ ଧନ୍ଧା ପାଇଁ ଘରୁ ବାହାରକୁ ଆସିପାରୁ ନାହାଁନ୍ତି । ଫଳରେ ସେମାନଙ୍କ ପରିବାର ଖାଦ୍ୟ ଅଭାବରୁ ଭୋକରେ ଜୀବନ କାଟୁଛନ୍ତି । ଏଭଳି ଅବସ୍ଥାରେ ଧର୍ମଶାଳା ଥାନା ଆମ ପୁଲିସ ପକ୍ଷରୁ ଗରିବ,ଆଦିବାସୀ ଓ ଦଳିତ ବର୍ଗର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଲୋକ ମାନଙ୍କୁ ଶୁଖଲା ଖାଦ୍ୟ ବଣ୍ଟନ କରାଯାଇଛି । ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବଣ୍ଟନ କାର୍ଯ୍ୟରେ ଆମ ପୁଲିସର ସଦସ୍ୟ ଇନ୍ଦ୍ରମଣି ମହାନ୍ତି,ନିରଞନ ପାଣିଗ୍ରାହୀ,ଇଂ.ତପନ କୁମାର ଷଢଙ୍ଗି,ରବିନ୍ଦ୍ର ସାହୁ,ରଞିତ କୁମାର ପରମାଣିକ,ଅଖିଳ କୁମାର ସ୍ୱାଇଁ,ଜାରକା ବିଟ ହାଉସ ଅଧିକାରୀ ରାଜ କିଶୋର ନାୟକ,ତପନ ଦାସ ପ୍ରମୁଖ କଣ୍ଟିଗଡିଆ,ଦେଓଦା,ଉତ୍ତରପ୍ରତାପ ଓ କାଏମା ପଞ୍ଚାୟତରେ ବସବସେ କରୁଥିବା ଗରିବ ଲୋକାମନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏଥିରେ ଚୂଡା,ଚିନି,ବିସ୍କୁଟ,ଅଟା,ଡାଲି ଓ ତେଲ ଆଦି ପ୍ରଦାନ କରିଥିଲେ । ସାବୁନ ଓ ମାସ୍କ ସେମାନଙ୍କୁ ଦେବା ସହିତ କରୋନା ସଂପର୍କରେ ସଚେତନତା କରାଇଥିଲେ । ଆଗକୁ ଧର୍ମଶାଳା ଥାନା ଅଧିନରେ ଥିବା ବିଭିନ୍ନ ଆଦିବାସୀ ,ଦଳିତ,ଗରିବ ଓ ଦିନମଜୁରିଆ ବସ୍ତି ଗୁଡିକରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Govt
Leave A Reply