Odisha news

ହାଇ ଲେଭଲ କେନାଲରେ ଟ୍ରାକ୍ଟର ଓଲଟି ୪ ଆହତ

0

ଧର୍ମଶାଳାା୩୦ା୧ ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଲକଛକ ନିକଟସ୍ଥ ହାଇଲେଭଲ କେନାଲ ମଝିରେ ଯାଇଥିବା ରାସ୍ତା ଉପରୁ ଟ୍ରାକ୍ଟର ଓଲଟି ୪ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଉଛି । ଖବର ମୁତାବକ ଆଜି ସକାଳେ ଜେନାପୁରରୁ ଇଟା ବୋଝେଇ କରି ଯାବରା ଯାଉଥିବା ବେଳେ ହାଇଲେଭଲ କେନାଲ ମଝିରେ ଯାତାୟାତ ନିମନ୍ତେ କରାଯାଇଥିବା ରାସ୍ତା ଉପରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସେଥିରେ ଥିବା ୪ ଜଣ ଶ୍ରମିକ ଆହତ ହୋଇଥିଲେ । ସେମାନେ ହେଲେ ବିଭୁ ସାହୁ(୨୪), ନଟ ବେହେରା(୨୬).ନାରାୟଣ ସାହୁ(୫୫) ଓ ନିଲୁ ମଲିକ(୨୫) ବୋଲି ଜଣାପଡିଛି । ସେମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲଥିବା ଜଣାଯାଇଛି ।

Leave A Reply