Odisha news

୨ସପ୍ତାହ ହେଲା ୧୬ ନମ୍ବର ଜାତୀୟ ରାଜପଥରେ ଲାଗିରହିଛି ଗାଡି ଯାମ,ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଛିଡା ହୋଇ ରହୁଛି ହଜାରହଜାର ସଂଖ୍ୟାରେ ଗାଡି ।

0

ଧର୍ମଶାଳା :: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ୧୫ ଦିନ ହେଲା ଗାଡି ଯାମ ରହିବା ଫଳରେ ଯାତ୍ରୀମାନେ ନାହିଁ ନଥିବା ହିନସ୍ତା ଭୋଗୁଛନ୍ତି । ଦିନରାତି ପୋଲିସ ଗାଡି ପାସ କରାଇବାରେ ବ୍ୟସ୍ତ ରହୁଥିବା ବେଳେ କିଛି ସୁଫଳ ହେଉ ନାହିଁ । ତେବେ ୧୬ ନମ୍ବର ଜାତୀୟ ରାଜପଥ ପ୍ରସସ୍ତିକରଣ କାମ ଚାଲୁଥିବା ବେଳେ ଏକ ପାଖରଆ ରାସା ଦେଇ ଉଭୟ ପଟର ଗାଡି ଚଳାଚଳ କରୁଛି । ଯାହାଫଳରେ ରାସ୍ତାରେ ଗାଡି ଯାମ ହେଉଛି । ଅନ୍ୟପଟେ କେଉଁଝରରୁ ବହୁ ସଂଖ୍ୟକ ଆଇରନ ବୋଝେଇ ଟ୍ରକ ଆସୁଥିବାରୁ ସିଙ୍ଗଲ ରାସ୍ତାରେ ଗାଡି ଯାତାୟତ ବାଧାପ୍ରପ୍ତ ହେଉଛି ।

ଫଳରେ ଚଣ୍ଡିଖୋଲ ଠାରୁ ବାରବାଟୀ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଗାଡି ରାସ୍ତା ଉପରେ ଛିଡା ହୋଇ ରହୁଛି । ଏହି ରାସ୍ତାଦେଇ ପ୍ରତ୍ୟେହ ଶହଶହ ସଂଖ୍ୟାରେ ଆମ୍ବୁଲାନ୍ସ ଗାଡି ରୋଗୀମାନଙ୍କୁ ନେଇ ଯିବା ଆସିବା କରିଥାଏ । ହେଲେ ଯାମରେ ଆମ୍ବୁଲାନ୍ସ ଗାଡି ଫସିରହିବା ଫଳରେ ରୋଗୀ ଓ ତାଙ୍କ ସମ୍ପର୍କିୟମାନେ ଦହଗଂଜ ହେଉଛନ୍ତି । ସେହିପରି ଜରୁରୀକାମ ଓ ବ୍ୟବସାୟରେ ଯାଉଥିବା ଲୋକମାନେ ଏହି ଯାମରେ ଫସିରହି ହାରାଣ ହରକତ ହେଉଛନ୍ତି । ଧର୍ମଶାଳା ଥାନା ବାରବାଟିରୁ ଚଣ୍ଡିଖୋଲ ଯାଏ ୧୩ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପ୍ରାୟ ୫ରୁ ୬ ଘଂଟା ସମୟ ଲାଗୁଛି । ଏଭଳି ଅବସ୍ଥା ଦୀର୍ଘ ୧୫ ଦିନ ହେଲା ଲାଗିରହିଥିଲେ ହେଁ ପ୍ରଶାସନ ଏଥିପ୍ରତି ନଜର ଦେଉନଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଅନ୍ୟପଟେ ରାସ୍ତା ପସ୍ରସ୍ତିକରଣ ସାଙ୍ଗକୁ ଅଧିକ ପରିମାଣର ଲୁହାଗୁଣ୍ଡ ବୋଝେଇ ଟ୍ରକ ଆସୁଥିବାରୁ ଏଭଳି ସମସ୍ୟା ଉପୁଜୁଛି ବୋଲି ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ କହିଛନ୍ତି । ତେବେ ଜାତୀୟ ରାଜପଥ କତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Nalco

Leave A Reply