ଡେରାବିଶ : ଡେରାବିଶ ବ୍ଲକ ଦାନପୁର ପଂଚାୟତ ଅନ୍ତର୍ଗତ କେଶରପୁର ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ କଳିଙ୍ଗ ଆବାସିକ ବିଦ୍ୟାଳୟ ତରଫରୁ କରୋନାର ପ୍ରଭାବକୁ ପ୍ରତିହତ କରିବା ପାଇଁ ଗତକାଲି ଠାରୁ ଦ୍ୱିତୀୟ ପର୍ଯ୍ୟାୟ ସାନିଟାଇଜେସନ୍ କାର୍ଯ୍ୟକ୍ରମ ଆରମ୍ଭହୋଇଛି । ଗତକାଲିଦାନପୁର ପଂଚାୟତର ଗ୍ରାମ, ରାସ୍ତାଘାଟ ଆଦି ସାନିଟାଇଜେସନ୍ କରାଯିବା ସହ ଚାନେ୍ଦାଳ କଲେଜଛକ, ବଜାର, କଟକ-ଚାନ୍ଦବାଲି ରାଜରାସ୍ତାର କେଶରପୁର ସ୍ଥିତ ପଥପ୍ରାନ୍ତ ଯାତ୍ରୀ ବିଶ୍ରାମାଗାରକୁ ସାନିଟାଇଜ୍ କରାଯାଇଥିଲା । ଆଜି ଚାନେ୍ଦାଳ ପଂଚାୟତ ଓ ପଲେଇ ପଂଚାୟତର ଅନ୍ତର୍ଗତ ସମସ୍ତ ଗ୍ରାମ ସହିତ ଚାନେ୍ଦାଳ ବଜାରକୁ ସାନିଟାଇଜେସନ୍ କରାଯାଇଥିଲା ।
ଏହି କାର୍ଯ୍ୟରେ ଚାନେ୍ଦାଳ ଫାଣ୍ଡି ଅଧିକାରୀ ଭାଗବତ ମାହାଳି ସହାୟତା କରିଥିଲେ । ସାନିଟାଇଜେସନ୍ କାର୍ଯ୍ୟ କଳିଙ୍ଗ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶିକ୍ଷକ ଅନିଲ ଦାସ, ଅବିନାଶ ପଲେଇ, ନିଶିକାନ୍ତ ମହାନ୍ତି, ଅଶୋକ ବେହୁରା, ଦୁର୍ଗାପ୍ରସାାଦ ପଣ୍ଡା, କମଳେନ୍ଦୁ ଜେନା ଏବଂ କର୍ମଚାରୀ କୃଷ୍ଣଚନ୍ଦ୍ର ମଲ୍ଲିକ, ଟୁନା ମଲ୍ଲିକ, ଗୁରୁଚରଣ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ କରୋନା ସଂକ୍ରମଣ ଆରମ୍ଭରେ କଳିଙ୍ଗ ଆବାସିକ ବିଦ୍ୟାଳୟ ତରଫରୁ ଡେରାବିଶ ବ୍ଳକର ସମସ୍ତ ପଂଚାୟତ ସମେତ ପଡୋଶୀ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକର ଅସୁରେଶ୍ୱର, କଟିକଟା ଆଦି ପଂଚାୟତ ସାନିଟାଇଜେସନ୍ କରାଯାଇଥିଲା । ଏଥିସହିତ ଲକ୍ଡାଉନ୍ ସମୟରେ ବୁଲା ପଶୁପକ୍ଷୀ ଓ ମାନସିକ ଭିନ୍ନକ୍ଷମ ମାନଙ୍କୁ ରନ୍ଧାଖାଦ୍ୟ ମଧ୍ୟ ବିଦ୍ୟାଳୟ ପକ୍ଷରୁ ବଂଟନ କରାଯାଇଥିଲା