ଫୁଲନଖରା: ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଦର ଥାନାକୁ ବିଶୋଧନ କରାଯାଇଛି । ପୌର ନିଗମ ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱଚ୍ଛ ସାଥି ଓ ସଫେଇ କର୍ମଚାରୀମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ଅବସରରେ ସିଏମସି ୫୮ ନମ୍ବର ୱାର୍ଡ଼ ବିଜୁ ଜନତା ଦଳ ପକ୍ଷରୁ ସ୍ୱାସ୍ଥ୍ୟ ଅଧିକାରୀ, ଥାନାଧିକାରୀ ସୁଧାଂଶୁ ଜେନା, ଏସିପି ସତ୍ୟରଞ୍ଜନ ମଲିକ, ସଫେଇ କର୍ମଚାରୀ ଓ ସ୍ୱଚ୍ଛ ସାଥିଙ୍କୁ ‘କରୋନା ଯୋଦ୍ଧା’ଭାବେ ସମ୍ବର୍ନ୍ଧିତ କରାଯାଇଥିଲା ।
ପ୍ରାକ୍ତନ କର୍ପୋରେଟର କୌଶିକ ଜେନା, ୱାର୍ଡ଼ ସମ୍ପାଦକ ସମ୍ପାଦକ ବିକ୍ରମ ଶତପଥି, ସଭାପତି ସୁଶାନ୍ତ ମହାନ୍ତି, ହରପାର୍ବତୀ ପୂଜା କମିଟି ସଭାପତି ବଦ୍ରିନାରାୟଣ ମହାପାତ୍ର, ପୁଲିନ ମହାପାତ୍ର, ସଦାନନ୍ଦ ଜେନା, ରବିନ୍ଦ୍ର ସ୍ୱାଇଁ, ଯଶୋବନ୍ତ ବାରିକ, କପିଲ ଭଟ୍ଟ, ଶେଖ ଦିଲବର, ତପନ ଦାସ, ନୀଳ ପ୍ରଧାନ, ତୋଫାନୀ ସ୍ୱାଇଁ, ପ୍ରଦୁ୍ୟମ୍ନ ମିଶ୍ର, ରବିନ୍ଦ୍ର ଖିଲାର, ପ୍ରହ୍ଲାଦ କର, ଗଣନାଥ ଦାସ, ରବିନ୍ଦ୍ର ନାୟକ, ଦୀନକୃଷ୍ଣ ମହାନ୍ତି, ମହେନ୍ଦ୍ର କୁଅଁର, ସନ୍ତୋଷ ପ୍ରଧାନ, ଅଞ୍ଜୁନ ଜେନା, ଛବିନ୍ଦ୍ର ମୁଖି ପ୍ରମୁଖ ଉପସ୍ଥିତ ଥିଲେ ।