ଧର୍ମଶାଳା : ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ସାରୋଇ ଛକ ନିକଟରେ ଏକ ବାଇକକୁ ଟ୍ରକ ଧକ୍କା ଦେଇଥିଲା । ଫଳରେ ବାଇକରେ ଯାଉଥିବା ଦମ୍ପତ୍ତି ଗୁରୁତର ଭାବେ ଆହତ ହୋଇଥିବା ବେଳେ ଉଭୟ ଟ୍ରକ ଓ ବାଇକ ସେଠାରେ ଜଳି ଯାଇଥିଲା । ଆହତ ଦମ୍ପତ୍ତି ହେଲେ ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ତାପସ ତରେଇ(୩୨) ଓ ଶୁଭଲକ୍ଷ୍ମୀ ନାୟକ(୨୮) ।
ସେମାନେ ଏକ ବାଇକରେ ଭୁବନେଶ୍ୱରରୁ ଭଦ୍ରକ ଫେରୁଥିବା ବେଳେ ଗୁରୁବାର ସକାଳ ୧୦ଟା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଦମ୍ପତ୍ତିଙ୍କୁ ବଡଚଣା ମେଡିକାଲ ପଠାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଅନ୍ୟପଟେ ଗାଡି ଜଳୁଥିବା ଖବର ପାଇ ଚଣ୍ଡିଖୋଲ ଦମକଳ ବାହୀନୀ ସେଠାରେ ପହଞ୍ଚି ନିଆକୁ ଆୟତ କରିଥିଲେ । ଏହି ସମୟରେ ଉକ୍ତ ରାସ୍ତାଦେଇ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ରାସ୍ତାର ଉଭୟ ପଟେ ଶହଶହ ଗାଡି ଅଟକି ରହିଥିଲା । ଧର୍ମଶାଳା ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକକୁ ଜବତ କରି ଘଟଣାର ତଦନ୍ତ ଚଳାଇଇଛି ।