ବାଲିଗୁଡା -;ବିଜେଡି ଦଳ ତରଫରୁ ଆଜି ବାଲିଗୁଡାର ସଭାଗୃହ ଠାରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ।ପ୍ରଥମେ ବିଜୁବାବୁଙ୍କ ପ୍ରତିମୁର୍ତିୁରେ ପୁଷ୍ପମାଲୂର୍ପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଯୋଗଦେଇ ବିଜୁ ବାବୁଙ୍କ ଜନ୍ମ ଦିନକୁ ଆମେ ଭଲରେ ପାଳନକରିଛୁ ଓ ଏହି ଜନ୍ମ ଦିନରେ ଆମେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ସମସ୍ତେ ଆଜି ଏକ ହୋଇ ବାଲିଗୁଡା ଉପଖଣ୍ଡକୁ ଜିଲ୍ଲା କରିବାକୁ ଆହ୍ୱାନ ଦେଇଛନ୍ତି ।
ସେହିଭଳି ବାଲିଗୁଡା ବ୍ଲକର ସଭାପତି ଟୁନା ଦାସ କହିଛନ୍ତି ବିଜୁ ବାବୁ କହିଲେ ଓଡିଶାକୁ ବୁଝାଉଥିଲା,ବିଜୁ ବାବୁଙ୍କ ଦେଶ ସ୍ୱାଧିନତା ସମୟରେ ଅନେକ ଅବଦାନ ରହିଅଛି, ଅମେ ଦେଶ ପାଇଁ ବିଜୁ ବାବୁଙ୍କ ଅନେକ ଅବଦାନ ରହିଅଛି ବୋଲି କହିଥିଲେ ।ଏନଏସି ଉପାଦକ୍ଷ ଲୋକନାଥ ପାଢୀ ବିଜୁ ଜନତା ଦଳ ଏକ ଆଦର୍ଶର ଦଳ ତେଣୁ ଦଳ ମଧ୍ୟରେ ଗୋଷ୍ଠି କନ୍ଦଳ ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ଚାରି ଗୋଟି ବ୍ଲକ ତଥା ବାଲିଗୁଡା ଏନଏସିର କର୍ମକ୍ରତା ମାନେ ଉପସ୍ଥିତ ଥିଲେ ।
ପୁର୍ବତନ ବିଧାୟକ ରାଜୀବ ପାତ୍ର, ,ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ,ଶିରିଶ ମଳିକ,କୋଟଗଡ ବ୍ଲକ ଉପାଦକ୍ଷ ଜିଭି ପାନ୍ତୁଲ,କୋଟଗଡର ପୁର୍ବତନ ବ୍ଲକ ଅଧକ୍ଷ ଷ୍ଟିଫେନ ବାବୁ,ବାଲିଗୁଡା ନଗର ସଭାପତି ପ୍ରତାପ ଦିଗାଳ ଓ ବାଲିଗୁଡା ଏନଏସିର ସମସ୍ତ ବିଜେଡି କାଉଁସିଲର ମାନେ ମଂଚାସିନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶତାଧି ବିଜେଡି କର୍ମି ସହ ଜନସାଧାରଣ ଉପସ୍ଥିତ ଥିଲେ । ଶେଷରେ କ,ନୁଆଗାଁ ବ୍ଲକର ସହଦେବ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।