Odisha news

ଏମ.ଜି.ଏନ.ଆର,ଜିଏ ଶ୍ରମିକଙ୍କ ଟଙ୍କା ନେଲା କିଏ? ମନରେଗା କାମରେ ମହାଦୁର୍ନୀତି ଅଭିଯୋଗ

0
ଧରାକୋଟ…….11/10/2023 : ଏମ୍.ଜି.ଏନ୍.ଆର୍.ଜି.ଏରେ ମହାଦୃନତି । କାମ ନ କରି ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା । ଗୋଟିଏ କି ଦୁଇଟି କାମ ନୁହେଁ ୧୦ ଟି କାମରେ ହରିଲୁଟ ଅଭିଯୋଗ । ସୁଚନା ଅଧିକାରରେ ମିଳିଲାନି ତଥ୍ୟ । ତେଣୁ ଲୋକାୟୁକ୍ତ ଙ୍କ ଦ୍ୱାରସ୍ଥ ହେଲେ ଲୋକ । ବ୍ଲକର ବି.ଡି.ଓ , ଜେ.ଇ , ପଂଞ୍ଚାୟତ ପି.ଇ.ଓ  ଓ  ଜି.ଆର୍.ଏସ୍ ବିରୋଧରେ ଆଣିଲେ ଦୃନିତିର ଅଭିଯୋଗ ।
ପ୍ରଶାସନିକ ବାବୁ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ ଏମ୍.ଜି.ଏନ୍.ଆର୍.ଜି.ଏରେ ଲକ୍ଷ ଲକ୍ଷ ଟଙ୍କାର ହରିଲୁଟ । ଅଭିଯୋଗ କଲେ ମିଳୁଛି ହତ୍ୟା ଧମକ ଓ ପୁଲିସରେ ମିଥ୍ୟା କେସ ଦାୟର କରିବାର ଭୟ । ଗଂଜାମ ଧରାକୋଟରେ ବ୍ଲକର ଗୋଟିଏ ପଂଚାୟତରେ ୧୦ରୁ ଅଧିକ କାମରେ ଟଙ୍କା ଅତ୍ମସାତ କରାଯାଇଛି । ପଂଚାୟତର ବିଭିନ୍ନ ଗାଁରେ ମନରେଗା ବିଲକୁଲ୍ ହୋଇନାହିଁ, କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ମିଛ ବିଲ୍ କରି ଟଙ୍କା ହଡ଼ପ ହୋଇଛି । ଏଭଳି ଅଭିଯୋଗ କରି ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାହାରପୁର ଗାଁର ପ୍ରସନ୍ନପ୍ରଧାନ ଓ କେନ୍ଦୁପଲ୍ଲି ଗାଁର ପଞ୍ଚୁପାତ୍ର । ବି.ଡି.ଓ ଡେନିସ  ବେହେରା, ଜେ.ଇ ପ୍ରଦୀପ ନାୟକ, ପଂଚାୟତ ପି.ଇ.ଓ ଅମୁଲ୍ୟ ରାହୁଳ ଓ ଜି.ଆର.ଏସ ସୁଜତା ନାୟକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରିଛନ୍ତି ।
୨୦୨୨-୨୩ ଆର୍ଥିକ ବର୍ଷରେ ଧରାକୋଟ ପଂଚାୟତର ବିଭିନ୍ନ ଗାଁରେ ଉନ୍ନୟନ୍ନମୂଳକ କାର୍ଯ୍ୟରେ ଠକେଇ! କରାଯାଇଛି । ପ୍ରାୟ ୩୩ ଲକ୍ଷ ୫୮ ହଜାର ୪୭୪ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । କେଉଁଠି କାମ ହୋଇନାହିଁ, କେଉଁଠି ଗୋଟିଏ କାମ ପାଇଁ ଦୁଇ ଥର ବିଲ୍ ତ ଆଉ କେଉଁଠି ବିନା ସୂଚନା ଫଳକରେ ମେସିନ ଲଗାଇ କାମ କରାଯାଇଛି । ଏହି ଦୁର୍ନୀତିର ତଥ୍ୟ ଜାଣିବା ପରେ ଧରାକୋଟ ବି.ଡି.ଓ ଓ ଗଂଜାମ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ସୂଚନା ଅଧିକାର କର୍ମୀ । ହେଲେ କୌଣସି ପଦକ୍ଷପ ନିଆ ଯାଇନାହିଁ, ଓଲଟା ଅଭିଯୋଗକାରି ଏବଂ ଯେଉଁମାନେ ସୁଚନା ଅଧିକାରରେ ତଥ୍ୟ ମାଗିଥିଲେ ସେମାନଙ୍କୁ ମିଛ କେସ୍ ଓ ହତ୍ୟା ଧମକ ଦିଆ ଯାଉଥିବା ଅଭିଯୋଗ ହୋଇଛି ।
ତେଣୁ ଲୋକାୟୁକ୍ତରେ ଅଭିଯୋଗ କରିବା ପରେ ଯେଉଁ ସବୁ ସ୍ଥାନରେ ଫଲସ୍ ବିଲ କରାଯାଇ ଟଙ୍କା ଉଠା ସରିଛି ସେଠାରେ ମସିନ ଲଗାଇ କାମ କରୁଥିବାରୁ ଲୋକେ ବିରୋଧ କରିଛନ୍ତି ।

Leave A Reply