Odisha news

ଶିକାରୀ ମାଂସ ବିକ୍ରୟତା କୁ କୋର୍ଟ ଚାଲାଣ କରି ପ୍ରକୃତ ଶିକାରୀ ଙ୍କୁ ହାତରୁ ଖସାଇଲା ବନବିଭାଗ

0
ଧରାକୋଟ ୦୯/୧୦- ନିପ୍ର ବାରହା ମାଂସ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଆସିକା ବନ ବିଭାଗ l ଆଉ ଆଜି କୋର୍ଟ ମଧ୍ୟ ପଠାଇଛି। ଏବେ ବିଭିନ୍ନ ଗ୍ରାମରେ ତାର ଜାଲ ବିଛାଇ ହେଉ କିମ୍ବା ବିଦ୍ୟୁତ ତାର ପକାଇ ନିରୀହ ବନ୍ୟ ଯିବ ଜନ୍ତୁଙ୍କୁ ଶିକାର କରୁଛନ୍ତି ଦୁର୍ବୁର୍ତ୍ତ । ଯାହା ଫଳରେ ପ୍ରତିଦିନ ବନ୍ୟ ଜୀବଙ୍କ ଜୀବନ ହାନି ହେବାର ନଜିର ରହିଛି। ହେଲେ ଏପରି ବନ୍ୟ ଜୀଵ ଶିକାର କରୁଥିବା ଅନେକ ଶିକାରି ବନ ବିଭlଗକୁର ଆଇନିକୁ ଆଖିଠାର ମାରି ବାରାହା, ମୟୁର,କୁଟୁରା ଆଦିଙ୍କୁ ମାରି ମାଂସ ବିକ୍ରି କରୁଛନ୍ତି। ଏପଟେ ଜେଣ ତେଣ ନୀତିକୁ ଆପଣାଇ ବନ ବିଭାଗ ଏହି ଶିକାର କୁ ରୋକିବା ପାଇଁ ଉଦ୍ୟମ କରୁଛି। ହେଲେ ଶିକାର ସହ ଜଡିତ ପ୍ରକୃତ ଦେlଶିକୁ ଧରିବାରେ ଅସମର୍ଥ ହେଉଛି ବିଭାଗ। ଆଜି ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନ ଧରାକୋଟ ବ୍ଲକ ଜାନିବିଲି ହରିଜନ ସାହି ନିକଟରେ ଵାରାହ ମାଂସ ବିକ୍ରି ହେଉଥିବାର  ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା ଙ୍କ ନିର୍ଦେଶ କ୍ରମେ ଧରାକୋଟ ଫରେଷ୍ଟର  ଅକ୍ଷୟ କୁମାର ତ୍ରିପାଠୀ  ସଦଳବଳେ ଘଟଣା ସ୍ଥଳରେ ଚଢ଼ାଉ କରି ଧରାକୋଟ ବ୍ଲକ ପଳଉପଲ୍ଲୀ ଗ୍ରାମର ଟୁନା ନାଇକ ବୟସ 40 କୁ ଗିରଫ କରିବା ସହ ତା ନିକଟରୁ ୬ କିଲୋ ବାରହା ମାଂସ ଓ ଗୋଟିଏ କଟା ବାରହା ଚମଡା ଜବତ କରିବାରେ ସଫଳ ହୋଇଥିଲା ବନବିଭାଗ l ଏହି ଘଟଣା ବିରୁଦ୍ଧରେ ଆସିକା ବନବିଭାଗ ପକ୍ଷରୁ କେସ ନମ୍ବର ୧୨୦/୨୩ ପ୍ରକାରେ ମାମଲା ରୁଜୁ କରି ଜାମିନ ନା ମଂଜୁର ହେବାରୁ ଗିରଫ ଟୁନା କୁ  କୋର୍ଟ ଚାଲାଣ କରାଯାଇଛି l ହେଲେ ଏହି ବାରାହା ଶିକାରରେ ଅନ୍ୟ ତିନି ଜଣ  ଲୋକ ଙ୍କ ନାମ ସାମିଲ ଥିବା ଗିରଫ ଅଭିଯୁକ୍ତ ପ୍ରକାଶ କରିଛନ୍ତି l ସୂଚନା ମୁତାବକ ସେମାନେ ହେଲେ ପଳଉପଲ୍ଲୀ ର ପବି, ଜିତୁ ନାୟକ, ଚଞ୍ଚରାପଲ୍ଲୀ ର ପ୍ରଶ୍ନ ଜେନା ମଧ୍ୟ୍ୟ ପେସାଦର ଶିକାରୀ ବୋଲି ସ୍ଥାନୀୟ ଲୋକଙ୍କୁ ମଧ୍ୟ୍ୟ ଜଣା ବୋଲି ଟୁନା ସିଧାସିଧା କହିଛନ୍ତି l  କିନ୍ତୁ ସେମାନଙ୍କୁ ଗିରଫ କରିବାରେ ବିଭାଗ କେତେ ଦୂର ସକ୍ଷମ ହେଉଛି ତାହାରି ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply