କୋଣାର୍କ : ପବିତ୍ର ଧନୁସଂକ୍ରାନ୍ତି ଅବସରରେ ମଙ୍ଗଳବାର ଦିନ ମହାଲକ୍ଷ୍ମୀ କୋଣାର୍କ ଜଗନ୍ନାଥ ମନ୍ଦିରରୁ ବାହାରି ବାପଘରକୁ ବୁଲି ଆସିଛନ୍ତି । ମା ଲକ୍ଷ୍ମୀ ଧନୁସଂକ୍ରାନ୍ତିରେ ଧନୁମୁଆଁ ଆଣି ବାପଘର ଚନ୍ଦ୍ରଭାଗାକୁ ଆସିଥିବା ସମୟରେ ମାସେପରେ ଅର୍ଥାତ ମକରସଂକ୍ରାନ୍ତିରେ ବାପଘରୁ ମକରଚାଉଳ ନେଇ ଜଗନ୍ନାଥ ମନ୍ଦିରକୁ ଫେରିବେ ।ମହାଲକ୍ଷ୍ମୀ ବରୁଣ ରାଜାଙ୍କ ଘର ଅର୍ଥାତ ଚନ୍ଦ୍ରଭାଗାରେ ପହଞ୍ଚିବା ପରେ ଚନ୍ଦ୍ରଭାଗା ବଜାର କମିଟି ପକ୍ଷରୁ ସଭାପତି ଭାସ୍କର ବେହେରା, ଅଜୟ କୁମାର ବେହେରା, ରବିନ୍ଦ୍ର ପାତ୍ର ,ବାନାମ୍ବର ବେହେରା ପ୍ରମୁଖ ମା ଲକ୍ଷୀଙ୍କୁ ଘରକୁ ସ୍ବାଗତ କରିଥିଲେ ।
ମଙ୍ଗଳବାର ଅପରାହ୍ନରେ ଘଣ୍ଟମର୍ଦ୍ଦଳର ପଟୁଆରରେ ମହାଲକ୍ଷ୍ମୀ ଜଗନ୍ନାଥ ମନ୍ଦିରରୁ ପାଲିଙ୍କିରେ ବସି ବାପଘର ବରୁଣରାଜାଙ୍କ ଗୃହ (ଚନ୍ଦ୍ରଭାଗା)ଅଭିମୁଖେ ବାହାରିଥିଲେ ।ବାଟରେ ଦୁର୍ଗାବାଡ଼ି ନି