Odisha news

ଧାମନଗର ସେବା ସମବାୟ ସମିତିର ସଭାପତି ନିର୍ବାଚନ

0

ଧାମନଗର, ତା୪ା୮ : ଧାମନଗର ସେବା ସମବାୟ ସମିତିର ସଭାପତି ଭାବେ ଦେବାଶିଷ ମହାନ୍ତି (ଗୌତମ) ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେପି ସମର୍ଥôତ ପ୍ରାର୍ଥୀମାନେ ସମସ୍ତ ୧୫ଟି ଆସନରେ ନିର୍ବାଚିତ ହୋଇଥିବାରୁ ସଭାପତି ନିର୍ବାଚନ ପାଇଁ ସହମତି ଭିତ୍ତିରେ ଗୌତମ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ । ଧାମନଗର ସେବା ସମବାୟ ସମିତିରେ ଦୀର୍ଘ ପ୍ରାୟ ୨୫ ବର୍ଷ ଧରି ନିର୍ବାଚନ ହୋଇନଥିଲା । ବିଜେପି ଧାମନଗର ସମବାୟ ସମିତିକୁ ନିଜ ଅକ୍ତିଆରରେ ରଖିଥିବାବେଳେ ପ୍ରତି ନିର୍ବାଚନରେ ଦଳୀୟ କର୍ମୀମାନେ ବିନା ପ୍ରତିଦ୍ୱନ୍ଦିତା ରେ ନିର୍ବାଚିତ ହୋଇଥାନ୍ତି । ମାତ୍ର ଏଥର ନିର୍ବାଚନରେ ବିଜେଡି ଓ ବିଜେପି ସମର୍ଥକଙ୍କ ମଧ୍ୟରେ କଢ଼ା ମୁକାବିଲା ହୋଇଥିଲା । ତଥାପି ବିଜେପି ସମର୍ଥକ ପ୍ରାର୍ଥୀମାନେ ସମସ୍ତ ଆସନରେ ବିଜୟୀ ହୋଇଥିଲେ । ଦେବାଶିଷ ମହାନ୍ତି ଜଣେ ଯୁବ ପ୍ରତିନିଧି ହୋଇଥିବାରୁ ଧାମନଗର ସେବା ସମବାୟ ସମିତିରେ ସ୍ୱଚ୍ଛତା ଆସିବ ବୋଲି ଜନସାଧାରଣ ବିଶେଷକରି ଚାଷୀମାନେ ଆଶାବ୍ୟକ୍ତ କରିଛନ୍ତି

Nalco
Leave A Reply