Odisha news

କୃଷକ ବହୁମୁଖୀ ସମବାୟ ସମିତିର କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଓ ସମ୍ବର୍ଦ୍ଧନା ସମାରୋହ

0

ଭଦ୍ରକ, ତା୪ା୮ : କୃଷକ ବହୁମୁଖୀ ସମବାୟ ସମିତିର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କ ଶପଥ ଗ୍ରହଣ ଓ ସମ୍ବର୍ଦ୍ଧନା ସମାରୋହ ବନ୍ତଛକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସମବାୟ ସମିତିର ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟାକର୍ମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଡେପୁଟି ରେଜିଷ୍ଟର କୋଅପରେଟିଭ ସୋସାଇଟି ସୀତାପତି କରୁଣାକର ମାଝି, ମୁଖ୍ୟବକ୍ତା ଭାବେ ଏଆରସିଏସ ସାଦାନନ୍ଦ ବେହେରା, ସମ୍ମିନିତ ଅତିଥି ଭାବେ ଏସଆରସିଏସ ସତ୍ୟପ୍ରକାଶ ସେଠୀ, ଅବସରପ୍ରାପ୍ତ ଡିଜିଏମ ଅଶ୍ୱିନୀ କୁମାର ନାୟକ, ଅବସରପ୍ରାପ୍ତ ଉପସହକାରୀ ସମୀକ୍ଷକ ଶରତ ଚନ୍ଦ୍ର ରାୟ ପ୍ରମୁଖ ଯୋଗଦେଇ କୃଷି ଓ କୃଷକମାନଙ୍କର ଉନ୍ନତି କିପରି ସମବାୟ ସମିତି ମାଧ୍ୟମରେ ହୋଇପାରୁଛି ସେ ବିଷୟରେ କହିବା ସହ ଏହି ସମବାୟ ସମିତି କୃଷକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟକରୁଥିବାରୁ ଖୁସିବ୍ୟକ୍ତ କରିଥିଲେ । ଏପରିକି କୃଷକ ମାନଙ୍କୁ ଋଣ ସୁବିଧା ଦେଇ ସେମାନଙ୍କର ଚାଷ କାର୍ଯ୍ୟର ଅଗ୍ରଗତି କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତିର ନିଦେ୍ର୍ଦଶକ ସର୍ବଶ୍ରୀ ରଘୁନାଥ ମଲ୍ଲିକ, ପ୍ରସନ୍ନ ଦାସ, ପ୍ରଭାତି ମଲ୍ଲିକ, ଗୋବିନ୍ଦ ଚନ୍ଦ୍ର ସାହୁ, ମାଳତୀଲତା ମାସନ୍ତ, କବିତା ସାହୁ, ସରସ୍ୱତୀ ମଲ୍ଲିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସମବାୟ ସମିତିର ସଭାପତି, ସଂପାଦକ ଓ ସହସଂପାଦକ ମାନଙ୍କର ଏକ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେବା ସହ ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୋଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରାରମ୍ଭରେ ସମ୍ପାଦକ ଗୋକୁଳାନନ୍ଦ ଦାସ ଅତିଥିମାନଙ୍କ ପରିଚୟ ସହିତ ସମିତିର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋଚନା କରିଥିବା ବେଳେ ଉପସଭାପତି ଶ୍ରୀମାନ୍ଦ୍ରୀ ଦାସ ସ୍ୱାଗତ ସମ୍ଭାଷଣ ଓ ସହସଂପାଦିକା ମନୋରମା ଦାସ ଧନ୍ୟବାଦ ଅର୍ପଣକରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମକୁ ସୁଶାନ୍ତ ମଲ୍ଲିକ, ରୁକ୍ମଣୀ ମଲ୍ଲିକ, ଭରତ ମଲ୍ଲିକ, ଦିପକ ମଲ୍ଲିକ ଓ ସୁରେନ୍ଦ୍ର ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ

Nalco
Leave A Reply