Odisha news

ସର୍ପ ଦଂଶନରେ ମହିଳା ମୃତ

0

ଭଣ୍ଡାରିପୋଖରୀ,୪ା୮ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରସଦା ପଞ୍ଚାୟତ ନେନ୍ତିପୁର ଗ୍ରାମର ମନୋରମା ଯେନା(୫୫) ଗୁରୁବାର ପ୍ରତୁ୍ୟଷରେ ସର୍ପଦଂଶନରେ ପ୍ରାଣ ହରାଇଥିବା ଜଣାଯାଇଛି । ଗ୍ରାମର ଜଗବନ୍ଧୁ ଯେନାଙ୍କ ପନôୀ ମନୋରମା ଘର ପଛପଟରୁ ଘରଲିପା ପାଇଁ ମୁଷାମାଟି ଆଣିବାକୁ ଯାଇଥିବା ବେଳେ ଭୁଲବଶତଃ ମୁଷାମାଟି ଉପରେ ଗୋଡ ପଡି ଯାଇଥିଲା । ମୁଷାମାଟିରେ ଥିବା ସର୍ପ ମନୋରମା ଗୋଡକୁ ଦଂଶନ କରିଥିଲା । ଏକଥା ଘର ଲୋକଙ୍କୁ ମନୋରମା ଜଣାଇଥିଲା । ପରିବାର ଲୋକେ ତାଙ୍କୁ ଭଣ୍ଡାରିପୋଖରୀ ମେଡିକାଲକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁତୁରା ରାଜକିଶୋରଙ୍କ ଅଭିଯୋଗ କ୍ରମେ ଥାନାରେ ୧୪/୨୨ନଂ ଅପମୃତୁ୍ୟ ମାମଲା ଋଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି । ଅପରାହ୍ନରେ ମନୋରମା ଶବକୁ ଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇଛି

Nalco
Leave A Reply