ଧାମରା,୧୮/୦୬/୨୨ : ଧାମରା ବନ୍ଦରରେ ସ୍ଥାନୀୟ ନିଯୁକ୍ତି ନେଇ ଆଜି କଂଗ୍ରେସ ତରଫରୁ ବିଶାଳ ଜନସମାବେଶ କରାଯାଇଛି । ଏଥିରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ସାଂସଦ ଅନନ୍ତ କୁମାର ସେଠୀ, ଗଣେଶ ପ୍ରସାଦ ବେହେରା, କଂଗ୍ରେସ ନେତା ଦିଗମ୍ବର ଦାସ, ଅମୀୟ କୁମାର ମହାପାତ୍ର, ଅଶୋକ ଦାସ, ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଛାତ୍ର କଂଗ୍ରେସ ସଭାପତି ମହମ୍ମଦ ଆସିମ , ଛାତ୍ର ନେତା ମନୋଜ ବିଶ୍ୱାଳ, ସାଂସଦ ପ୍ରାର୍ଥୀ ମଧୁସ୍ମିତା ସେଠୀ, ନାରୀ ନେତ୍ରୀ ସୁଲୋଚନା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବନ୍ଦରରେ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି, ପାନୀୟ ଜଳର ବ୍ୟବସ୍ଥା, ଗୋଚର ଜମି ବଦଳରେ ଜମି ଫେରସ୍ତ ଆଦି ୧୫ ଦଫା ଦାବି ନେଇ ଏହି ସମାବେଶ ହୋଇଛି । ହଜାର କଂଗ୍ରେସ ସମର୍ଥକ ଏହି ଆନେ୍ଦାଳନରେ ସାମିଲ ହୋଇଥିଲେ । ଆରମ୍ଭରୁ ପରିସ୍ଥିତି ଅଣାୟକୁ ଯାଇଥିଲା । କମ୍ପାନୀର ଦୁଇ କର୍ମଚାରୀଙ୍କୁ କମ୍ପାନୀ ପରିସର ମଧ୍ୟକୁ ଠେଲି ନେଇ ଯାଇଥିଲେ ।
ପୋଲିସ ଏହି ଲୋକଙ୍କୁ ବୁଝେଇବା ପରେ ଦୁଇ କର୍ମଚାରୀ ଫାଟକ ବାହାରକୁ ଆସିଥିଲେ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ନାକେଦମ ହୋଇଥିଲା । ଏହି ବନ୍ଦର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ୱପ୍ନ ଥିଲା । ସେ ଥିଲେ ଏଠାରେ କାହିଁ କେତେ ନିଯୁକ୍ତି ମିଳି ସାରିଥାନ୍ତା । ଏହି କମ୍ପାନୀ ପାଇଁ ସ୍ଥାନୀୟ ଲୋକମାନେ ଜମି, ଘର ଡିହ ହରାଇ ଦାଣ୍ଡର ଭିକାରୀ ହୋଇଛନ୍ତି । ଲୋକଙ୍କ ସ୍ୱପ୍ନ ଥିଲା କମ୍ପାନୀ ରେ ଚାକିରି ଖଣ୍ଡେ ମିଳିବ । ତାହା ଆଜି ସ୍ୱପ୍ନରେ ରହି ଯାଇଛି । ଏହାର ପ୍ରତିବାଦ ସ୍ୱରୂପ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଏମାନେ କଇଥ ଖୋଲା ଛକରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ପୋର୍ଟ ଆଗରେ ପହଞ୍ଚି ଥିଲେ । ସେଠାରେ କମ୍ପାନୀ ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବର୍ଷିଥିଲେ କଂଗ୍ରେସ ର ବରିଷ୍ଠ ନେତା ମାନେ । ଏହି କମ୍ପାନୀ ଏବେ କେନ୍ଦ୍ର ସରକାରଙ୍କ ସହିଲା ଭଳି କାମ କରୁଛି । ସ୍ଥାନୀୟ ଅଞ୍ଚଳର ମୌଳିକ ସମସ୍ୟା ପ୍ରତି ଆଖି ବୁଜି ଦେଇଛି । ବାହାର ରାଜ୍ୟର ଲୋକଙ୍କୁ ଏଠାରେ ନିଯୁକ୍ତି ମିଳୁଛି । ଏହି ଦାବି ପର୍ଯାୟ କ୍ରମେ ପୂରଣ କରାଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।
କମ୍ପାନୀ ପକ୍ଷରୁ ପିଆରଓ ଶୁଭାଶିଷ ମିଶ୍ର , ଡେପୁଟି କଲେକ୍ଟର କାର୍ତ୍ତିକ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦାବି ପୂରଣ ନହେଲେ ଆସନ୍ତା ୩ ମାସ ପରେ ଆନେ୍ଦାଳନ ଖୁବ ଜୋର ଦାର ହେବ । ଏହି ସମାବେଶରେ ମୋଦି ସରକାରଙ୍କ ଉପରେ ସୁରେଶ କୁମାର ରାଉତରାୟ ବର୍ଷିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଖୁବ୍ ପ୍ରଶଂସା କରୁଥିଲେ । ଏଥର ଆନେ୍ଦାଳନ ହେଲେ କମ୍ପାନୀ ଅଚଳ କରିଦିଆ ଯିବ ବୋଲି ବିଧାୟକ ରାଉତରାୟ କହିଛନ୍ତି । ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ୩ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସହିତ ଚାନ୍ଦବାଲି ତହସିଲଦାର ମୁତୟନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ କର୍ମୀ ଉମେଶ ମହାକୁଡ଼, ତାରାକାନ୍ତ ସେଠୀ, ବିଜୟ ବେହେରା, ନରେନ୍ଦ୍ର ମାଇତି, ସୁରେନ୍ଦ୍ର ଜେନା, ବିଜୟ ଧଳ, ହିମାଂଶୁ ବାରିକ, ବସନ୍ତ ପାତ୍ର, ନରହରି ମଲ୍ଲିକ, ମନୋଜ କୁମାର ମାଝୀ, ଦେବାଶିଷ ନାୟକ, ତପନ କୁମାର ବେହେରାଙ୍କ ସମେତ ହଜାର ହଜାର କର୍ମୀ ଉପସ୍ଥିତ ଥିଲେ ।
