Odisha news

ନିଶା ନିବାରଣ ପାଇଁ ମହିଳା ଙ୍କ ସଚେତନତା ପଦଯାତ୍ରା

0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):.ସେ ଗାଁ ରହୁଅନ୍ତୁ ଅବା ସହର, ମହିଳାମାନେ ଆଉ ଆଗ ପରି ଘର କୋଣ ରେ ନରହି ପଦାକୁ ଆସିଲେଣି l ନିଜେ ସ୍ୱାବଲମ୍ବୀ ହେବା ସହ ନିଶାନିବାରଣ ନେଇ ସଚେତନତା ସୃଷ୍ଟି କରିବା ସହ ସମ୍ପୂର୍ଣ୍ଣ  ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ଖଜୁରୀପଡା ବ୍ଲକ ଅନ୍ତର୍ଗତ ବଳସକୁମ୍ପା ପଂଚାୟତ ମହିଳା ମାନେ ଗାଁ ରେ କେହି ନିଶା ଦ୍ରଵ୍ୟ ବିକ୍ରୀ କରିବେ ନାହିଁ କି ନିଶା ସେବନ କରିବେ ନାହିଁ ବୋଲି ମହିଳାମାନେ ରାଲି କରି ସତର୍କ କରିଦେଇଛନ୍ତି l ସେହିପରି ପୋଲିସ ଓ ଅବକାରୀ ବିଭାଗ କୁ ମଧ୍ୟ ସେମାନେ ସତର୍କ ଦ୍ରୁଷ୍ଟି ରଖିବା ଲାଗି ପରାମର୍ଶ ଦେଇଛନ୍ତି l ନିଶା ସେବନ କରି ଗାଁ ରେ କିଛି ଅଘଟଣ ଘଟିଲେ ପୋଲିସ ଓ ଅବକାରୀ ବିଭାଗ ହିଁ  ଦାୟୀ ରହିବେ ବୋଲି କହିଛନ୍ତି l ଶନିବାର ଆୟୋଜିତ ଏହି ସଭା ଓ ଶୋଭାଯାତ୍ରା ରେ ବିଭାଗୀୟ  କର୍ମଚାରୀ ମାନେ ଉପସ୍ଥିତ ଥିଲେ l

Nalco
Leave A Reply