Odisha news

ଭଦ୍ରକ : ବିଦ୍ୟୁତ ବିଭାଗର ଦାୟିତ୍ୱ ହୀନତା ପାଇଁ ଜଣେ ମୃତ

0

ଭଦ୍ରକ,୧୮/୬ : ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଅକାଳରେ ଚାଲିଗଲା ଜଣଙ୍କର ଜୀବନ । ରାସ୍ତାରେ ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ । ଅନ୍ଧାର ରାତିରେ ଘରକୁ ଫେରୁଥିବା ବେଳେ ଜମିରେ ପଡ଼ିଥିବା ବିଦ୍ୟୁତ ତାର ଉପରେ ଚଢିଯିବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ନାଲଗରା ଗାଁରେ ଘଟିଛି ଏମିତି ଅଭାବନୀୟ ଘଟଣା ।

ମୃତକ ହେଉଛନ୍ତି କାଉପୁର ପଞ୍ଚାୟତ ସିରାପୁର ଗାଁର ସୁବାସ ସାହୁ । ସୁବାଷ ସନ୍ଧ୍ୟାରେ କାମରୁ ଫେରି ଘରକୁ ଫେରୁଥିବା ବେଳେ, ଅନ୍ଧାରରେ ଆସୁଥିବାରୁ ତଳେ ପଡିଥିବା ତାର କୁ ଜାଣି ନପାରି ଚଢି ଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସକାଳୁ ଲୋକେ ଦେଖି ସୁବାସଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ବିଦ୍ୟୁତ୍ ତାର ସୁବାସଙ୍କ ଦେହରେ ଗୁଡ଼ାଇ ହୋଇଥିବା ବେଳେ ଦେହ ପୋଡି ଯାଇଥିବା ଦେଖିବା ପାଇଁ ମିଳିଛି । ବିଦ୍ୟୁତ ବିଭାଗର ଅବହେଳା ପାଇଁ ସୁବାସଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକଙ୍କ ସମେତ ସ୍ଥାନୀୟ କାଉପୁର ସରପଞ୍ଚ ।

Nalco
Leave A Reply