Odisha news

ଧାମନଗର ରେ ବେକାବୁ କରୋନା : ଥାନା ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଦୁଇଦିନରେ ୨୦ ପଜିଟିଭ , ଧାମନଗର ଥାନା ନିଷିଦ୍ଧାଞ୍ଚଳ ଘୋଷଣା

0

ଧାମନଗର : ବିଗତ କିଛିଦିନ ହେବ ଧାମନଗର ସହରାଞ୍ଚଳରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ରବିବାର ଦିନ ଧାମନଗର ଅଞ୍ଚଳରୁ ମୋଟ ୧୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସୋମବାର ଦିନ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡ଼ାକ୍ତର ଓ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କ ପଜିଟିଭ ବାହାରିବା ଘଟଣା ଏନ୍ଏସି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି ।

ଗତକାଲି ଧାମନଗର ଥାନା ଅଧିକାରୀ ଙ୍କ ସମେତ ଥାନାର ୬ଜଣ ପୋଲିସ କର୍ମ·ରୀ ଓ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ କରୋନା ପଜିଟିଭ ବାହାରିଥିବା  ବେଳେ ସୋମବାର ଦିନ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଉ ଜଣେ ଡ଼ାକ୍ତର ଓ ଜଣେ ସ୍ୱାସ୍ଥ୍ୟ କର୍ମୀ କରୋନା ସଂକ୍ରମଣ ହୋଇଥିବା ଜଣାଯାଇଛି ।

ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧିକରି ଭଦ୍ରକ ଜିଲ୍ଲାପାଳ ଡ଼. ଜ୍ଞାନ ଦାସ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ୨୦ତାରିଖ ଠାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ସୋମବାରରୁ ଶୁକ୍ରବାର ଲକ୍ଡ଼ାଉନ୍ ଓ ଶନିବାର, ରବିବାର ସଟ୍ଡ଼ାଉନ୍ ଘୋଷଣା କରିଛନ୍ତି । ଧାମନଗର ଅଞ୍ଚଳର ବ୍ଲକ, ତହସିଲ, ଥାନା, ଏନ୍ଏସି କାର୍ଯ୍ୟାଳୟ ଓ ସ୍ୱାସ୍ଥ୍ୟ ବିଭାଗ କର୍ମ·ରୀ ମାନଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା ନିମନ୍ତେ ସେମାନଙ୍କର ସ୍ୱାବ ସଂଗ୍ରହ ଆରମ୍ଭ କରାଯାଇଛି ।

ସୋମବାର ଦିନ  ଧାମନଗର ଥାନା ପରିସରରେ ଧାମନଗର ଏସ୍ଡ଼ିପିଓ, ତହସିଲଦାର, ଅତିରିକ୍ତ ତହସିଲଦାର ଙ୍କ ସମେତ ଥାନା ତହସିଲ ଓ ବ୍ଲକ କାର୍ଯ୍ୟାଳୟର ୬୦ଜଣ ସରକାରୀ କର୍ମ·ରୀଙ୍କ ସ୍ୱାବ ସଂଗ୍ରହ କରାଯାଇଥିବା ଜଣାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ପର୍ଯ୍ୟାୟ କ୍ରମେ ଧାମନଗରର ସମସ୍ତ କର୍ମ·ରୀଙ୍କ କୋଭିଡ଼ ଟେଷ୍ଟ କରାଯିବବୋଲି ଏସ୍ଡ଼ିପିଓ ମନୋରଂଜନ ସାମଲ ସୂଚନା ଦେଇଛନ୍ତି । ପୋଲିସ କର୍ମ·ରୀ ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଧାମନଗର ଥାନା ପରିସରକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ସମଗ୍ର ଏନ୍ଏସି ଅଞ୍ଚଳକୁ ଦୁଇଦିନ ଧରି ସାନିଟାଇଜ କରାଯାଉଥିବାବେଳେ ଡ଼ାକବାଜିଯନ୍ତ୍ରରେ ଲୋକମାନଙ୍କୁ ଅଧିକ ସଚେତନ ରହିବାପାଇଁ  ଏନ୍ଏସି ତରଫରୁ ସତର୍କ କରାଯାଉଛି

Nalco

Leave A Reply