Odisha news

ଧାମନଗର ସମବାୟ ନିର୍ବାଚନ : ଘଡିକେ ଘୋଡ଼ା ଛୁଟୁଛି ଅଗଣତାନ୍ତ୍ରିକ ଭାବେ ନିର୍ବାଚନ ହେଲେ ଚାଷୀ ଆନେ୍ଦାଳନ ହେବ

0

ଧାମନଗର : ଧାମନଗର ସେବା ସମବାୟ ନିର୍ବାଚନକୁ ନେଇ ଘଡିକେ ଘୋଡ଼ା ଛୁଟୁଛି । ଗତକାଲି ସମବାୟ ସମିତି ସମ୍ପାଦକଙ୍କୁ ହଟାଇ ନିର୍ବାଚନ ସ୍ଥଗିତ ରଖାଯାଇଥିଲା । ଆଜି ଧାମନଗର ସମବାୟ ସମିତି ପାଇଁ ନିୟୋଜିତ ନିର୍ବାଚନ ଅଧିକାରୀଙ୍କୁ ୍ୱଦଳାଯାଇ ଆଉ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ସାନି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାତ୍ର ଏହାକୁ ନେଇ ପୁଣି ଚାଷୀଙ୍କ ଧାରଣା ଓ ବିରୋଧ ଦେଖା ଦେଇଛି । ଆଜି ଶତାଧିକ ମହିଳାଙ୍କ ସମେତ ବହୁ ଚାଷୀ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିବାବେଳେ ନୂତନ ସମ୍ପାଦକଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଇଦେଇନଥିଲେ । ପୋଲିସ ସୁରକ୍ଷାରେ ସାନି ନିର୍ବାଚନ ନିମନ୍ତେ ନୋଟିସ ମରାଯାଇଥିବାବେଳେ ଏହାକୁ ବହୁ ଚାଷୀ ବିରୋଧ କରିଛନ୍ତି । ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରୀ ଦଳ ଜୋର ଜବରଦସ୍ତ ନିର୍ବାଚନକୁ ଅଗଣତାନ୍ତ୍ରିକ ଭାବେ ହାତେଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି । ଜଣେ ନିର୍ବାଚନ ଅଧିକାରୀ ଏକ ଭୋଟର ତାଲିକା ପ୍ରକାଶ କରିବାପରେ ଚାପରେ ତାହାକୁ ସ୍ଥଗିତ ରଖିବା, ନିର୍ବାଚନ ସ୍ଥଗିତ ରଖିବାପରେ ନିର୍ବାଚନ ଅଧିକାରୀ ବଦଳାଯିବା, ନୂତନ ନିର୍ବାଚନ ଅଧିକାରୀ ସାନି ନିର୍ବାଚନ ସାରଣୀ ବିଜ୍ଞପ୍ତି ପ୍ରକାଶ କରି୍ୱା ଏକ ପ୍ରହସନ ଏବଂ ଏହା ସରକାରୀ ଦଳର ଚାପରେ କରାଯାଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏହାକୁ କାର୍ଯ୍ୟକାରୀ କରାଇ ଦିଆଯିବନାହିଁ । ଚାଷୀ ଆନେ୍ଦାଳନକୁ ବ୍ୟାପକ କରାଯିବବୋଲି ଚେତାବନୀ ଦିଆଯାଇଛି । ଶରତ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୈଳାଶ ଚନ୍ଦ୍ର ମହାପାତ୍ର, ଜଗନ୍ନାଥ ରାଉତ, ଅଜିତ କୁମାର ମହାନ୍ତି , ପ୍ରିତମ୍ ଦାସ , ଦେବାଶିସ ମହାନ୍ତି ପ୍ରମୁଖ ବହୁ ଚାଷୀ ଉପସ୍ଥିତ ଥିଲେ

Govt
Leave A Reply