Odisha news

ଦେଶୀ ମଦ ଚୋରା ଚାଲାଣ : ରଣପୁର ପୁଲିସ ୫୦ ଲିଟାର ମଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ

0

ରଣପୁର : ମହାମାରୀ କରୋନା ଯୋଗୁଁ ଏବେ ଲକ୍ ଡାଉନ ଜାରି ରହିଛି  । ଯାହା ଫଳରେ ରାଜ୍ୟ ସରକାର ସମସ୍ତ ବିଦେଶୀ ମଦ ଦୋକାନକୁ ବନ୍ଦ ରଖିଛନ୍ତି  । ବିଦେଶୀ ମଦ ଦୋକାନ ବନ୍ଦ ଥିବାରୁ ଏଥିରୁ ଫାଇଦା ଉଠାଇବା ପାଇଁ ଏବେ ଦେଶୀ ମଦ ଚୋରା ଚାଲାଣ ବୃଦ୍ଧି ପାଇଛି  । ଗତକାଲି ରାତିରେ ବିଶେଷ ସୂତ୍ରରୁ ଖବର ପାଇ ରଣପୁର ପୁଲିସ ୫୦ ଲିଟାର ମଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି  । କାଲି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଗ୍ରାମର ପାଚିଲା ଆମ୍ବ ସାହିର ୩ ଜଣ ଯୁବକ ଏକ ଅଟୋରେ ରଣପୁର ନିକଟସ୍ଥ ଲୁଣି ସାହି ଗ୍ରାମକୁ ଦେଶୀ ମଦ ନେବା ପାଇଁ  ଆସିଥିଲେ  ।

ଏ ସମ୍ପର୍କରେ ପୁଲିସ ଆଗୁଆ ଖବର ପାଇ ଦୁଇଟି ଟିମ୍ରେ ବିଭକ୍ତ ହୋଇ ସାଧା ପୋଷାକରେ ଅସୁରକୁମାରୀ ଛକ ଓ ଶଙ୍ଖମୂଳ ଛକ ଠାରେ ଅପେକ୍ଷା କରିଥିଲେ  । ଚୋରା ଦେଶୀ ମଦ ବେପାରୀମାନେ ଏକ ଅଟୋରେ (ଙଊ-୩୩-ତ-୮୦୩୬) ୫୦ ଲିଟର ମଦ ଧରି ଦୃତ ଗତିରେ   ରଣପୁର ଆଡେ ଆସୁଥିଲେ  ।

ପୁଲିସ ସେମାନଙ୍କୁ ପିଛା କରି ମଦ ସହ ଅଟୋକୁ ଜବତ କରିଥିଲା  । ଗିରଫ ଯୁବକମାନେ ହେଲେ ସିକୋ ପାଚିଲା ଆମ୍ବ ସାହିର ସନ୍ତୋଷ ସେଠୀ, ଅର୍ଜୁନ ପରିଡା, ପ୍ରତାପ ମହାରଣା,  ଓ ଲୁଣି ସାହିର ମହେଶ୍ୱର ଦଳବେହେରା କୁ ଗିରଫ କରିଥିଲା  । ଘଟଣା ସ୍ଥଳରେ ମଦ ଜବତକୁ ରଫା ଦଫା କରିବା ପାଇଁ ମଦ ବେପାରୀମାନେ ପୁଲିସକୁ ୨୫ ହଜାର ଟଙ୍କା ଲାଂଚ ଯାଚି ଥିଲେ  । ସେହି ଟଙ୍କାକୁ ମଧ୍ୟ ପୁଲିସ ଜବତ କରିଥିବା ଜଣାଯାଇଛି  ।

Leave A Reply