ରାୟଗଡା : ଜଙ୍ଗଲ ଭିତରେ ପ୍ରସ୍ତୁତ ହେଉଛି ମଦ । ପୋଲିସ ଓ ଅବକାରୀ ବିଭାଗର ହଜିଛି ନିଦ । ଚାରିଅଢେ ଲକ ଡ଼ାଉନ । ସବୁ ଦୋକାନରେ ତାଲା । ବାଦ ପଡ଼ିନି ଦେଶୀ ଆଉ ବିଦେଶୀ ମଦ କାରବାର ଏହାର ଫାଇଦା ଉଠାଉଛନ୍ତି ଅସାଧୁ ମଦ ବ୍ୟବସାୟୀ । ଜଙ୍ଗଲ ଭିତରେ ଦେଶୀ ମଦ ପ୍ରସ୍ତୁତ କରୁଛନ୍ତି ଆଉ ବିଭିନ୍ନ ଗଳାବାଟ ମାଧ୍ୟମରେ ଜିଲ୍ଲାର ଗଳିକନ୍ଦିକୁ ଯୋଗାଇ ଚାଲିଛନ୍ତି ଏହି ମଦ । କହିବାକୁ ଗଲେ ଲକ ଡ଼ାଉନ ପିରଡ଼ରେ ଏହି ମଦକାରବାର ଅସାଧୁ ବ୍ୟବସାୟୀଙ୍କ ଏକ କୁଟିର ଶିଲ୍ପ ପାଲଟି ଯାଇଛି ।
ଲକ ଡାଉନ ଯୋଗୁଁ ବିଦେଶୀ ଠିପି ବନ୍ଦ ଦୋକାନ ଗୁଡିକୁ ପ୍ରଶାସନ ତରଫରୁ ସିଲ କରିଦିଆଯାଇଥିବା ବେଳେ ଦେଶୀ ମଦର ଚାହିଦା ରାୟଗଡା ଜିଲ୍ଲାରେ ବଢିବାରେ ଲାଗିଛି । କେତେକ ଅସାଧୁ ବ୍ୟବସାୟ ରାତି ରାତି ପଇସା କମାଇବା ନିଶାରେ ଦେଶୀ ମଦ ତିଆରି କରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯୋଗାଉ ଥିବା ଜଣାପଡିଛି । ତେବେ ଅବକାରୀ ଓ ପୋଲିସ ବିଭାଗ ତରଫରୁ ବ୍ୟାପକ ଭାବେ ଚଢଉ କରି ଦେଶୀ ମଦ ସହ ପୋଚ ଜବତ କରି ଉକ୍ତ ସ୍ଥାନରେ ନଷ୍ଟ କରିବା ସହ ମଦ କାରବାରରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କ ଉପରେ ମୋକଦ୍ଦମା ରୁଜ୍ଜୁ କରୁଛନ୍ତି । ୧୪ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ପୋଲିସ ବିଭାଗ ତରଫରୁ ୧୬ ଗୋଟି ଥାନା ଅଚଂଳର ବେଆଇନ ଭାବେ ତିଆରି ହେଉଥିବା ଦେଶୀ ମଦ ଆଡ୍ଡା ଉପରେ ଚଢଉ କରିଥିଲେ ।
ଚଢଉ ସମୟରେ ୪୦୪ ଲିଟର ଦେଶୀ ମଦ ସହ ୧୪.୯ ଲିଟର ବିଦେଶୀ ମଦ ଜବତ କରାଯାଇ ୨୪ ଜଣ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରୁଜ୍ଜୁ କରାଯାଇଥିଲା । ଏଥି ସହ ମଦ କରାବାରରେ ବ୍ୟବହୃତ କରାଯାଉଥିବା ୪ ଗୋଟି ମଟର ସାଇକେଲ ସହ ଗୋଟିଏ ଅଟୋରିକ୍ସାକୁ ମଧ୍ୟ ଜବତ କରାଯାଇଥିବା ନେଇ ରାୟଗଡା ଏସ.ପି ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି । ଠିକ ସେହିଭୋଳି ଅବକାରୀ ବିଭାଗ ଦ୍ୱାରା ଗତ ୨୩ ମାର୍ଚ୍ଚ ଠାରୁ ଚଳିତ ମାସ ୨୧ ତାରିଖ ମଧ୍ୟରେ ୧୦ହଜାର ୯ଶହ ୪୨ ଲିଟର ଦେଶୀ ମଦ, ମଦ ପ୍ରସ୍ତୁତ ପୋଚ ୨୩ହଜାର ୭ଶହ ୬୫ଲିଟର ଜବତ ହୋଇଥିବା ବେଳେ ୧ଶହ ୭୫ ଲିଟର ସଲପ ତାଢି ସହ ୩ ଲିଟର୫ଶହ ମିଲିଗ୍ରାମ ବିଦେଶୀ ମଦ ଜବତ ହୋଇଥିବା ବେଳେ ୮୬ଟି ମାମଲା ରୁଜ୍ଜୁ ହୋଇଥିବା ସହ ୩୦ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ ଦଣ୍ଡପାଣି ବେହେରା ସୂଚନା ଦେଇଛନ୍ତି ।