Odisha news

ବର୍ଷା ଋତୁରେ ବୃଦ୍ଧି ପାଇଥାଏ ଡେଙ୍ଗୁ ଜ୍ୱର ସମସ୍ୟା , ଶୀଘ୍ର ଭଲ ହେବା ପାଇଁ ଏହିସବୁ ଖାଦ୍ୟ କୁ ନିୟମିତ ଭୋଜନ ରେ ସାମିଲ କରନ୍ତୁ

0
ଡେଙ୍ଗୁ ଗୋଟିଏ ଭୟାବହ ରୋଗ, ଯାହାକୁ ଠିକ ସମୟ ରେ ଠିକ ନକରିବା ଦ୍ୱାରା ଜୀବନ ମଧ୍ୟ ଯାଇପାରେ l ବିଶେଷ ଭାବେ ଇଜିପ୍ଟ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ଜ୍ୱର ହୋଇଥାଏ l ଏହାର ଗମ୍ଭୀର ଲକ୍ଷଣ ଦେଖାଯାଏ l ଅତ୍ୟଧିକ ଜ୍ୱର ହେବା , ମୁଣ୍ଡ ବିନ୍ଧା , ମାଂଶପେସି ଓ ଗଣ୍ଠି ରେ ଯନ୍ତ୍ରଣ ସହିତ ଦେହ ରେ କିଛି ନାଲି ନାଲି ଫଳି ମଧ୍ୟ ଯାଇଥାଏ l ଯଦି ଉପଯୁକ୍ତ ସମୟ ରେ ଏହାର ଚିକିତ୍ସା କରାଯାଏ ନାହିଁ ତେବେ ଜୀବନ ମଧ୍ୟ ଯାଇ ପାରେ l
ବର୍ତମାନ ବର୍ଷା ଋତୁରେ ଡେଙ୍ଗୁ ଜ୍ୱର ଦ୍ୱାରା ସାରା ଦେଶ ପ୍ରଭାବିତ l ତେଣୁ ଏହି ସମୟରେ ଉପଯୁକ୍ତ ଚିକିତ୍ସା ସହ ପୋଷଣ ଯୁକ୍ତ ଆହର ର ମଧ୍ୟ ଆବଶ୍ୟକତା ରହିଛି l ଯାହାଦ୍ୱାରା ଇମ୍ୟୁନିଟି ବୃଦ୍ଧି ହେବା ସହ ଡେଙ୍ଗୁ ଭଳି ଭୟଙ୍କର ରୋଗ ଠାରୁ ଆପଣ ଖୁବ ଶୀଘ୍ର ଠିକ ହୋଇ ପାରିବେ l
* ବିଭିନ୍ନ ପ୍ରକାର ଶାଗ -:
ଡେଙ୍ଗୁ ଜ୍ୱରରେ ଗ୍ରସିତ ବ୍ୟକ୍ତି ନିୟମିତ ଭାବରେ ପାଳଙ୍ଗ , ମେଥି ଭଳି ବିଭିନ୍ନ ଶାଗ ଖାଇବା ଜରୁରୀ l ଏହା ସହିତ କଞ୍ଚା କଦଳୀ , ବ୍ରକୋଲି ଭଳି ପନିପରିବା ଖାଆନ୍ତୁ l ଏହିସବୁ ଖାଦ୍ୟ ରେ ଅଧିକ ମାତ୍ରାରେ ଫାଇବାର ରହିଥାଏ , ଯାହାକି ଡାଇଜେସନ ଖୁବ ସହଜ ରେ ହୋଇ ଯାଏ l ଡେଙ୍ଗୁ ସଂକ୍ରମିତ ରୋଗୀ ଅମୃତଭଣ୍ଡା ମଧ୍ୟ ସେବନ କରିବା ଖୁବ ହିତକର l
* ଖଟା ଫଳ :- ଖଟା ଫଳରେ ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ l ଖଟା ଫଳ ଇମ୍ୟୁନ ସିଷ୍ଟମ କୁ ମିଯବୁତ କରିବାର କାମ କରିଥାଏ ଓ ଡେଙ୍ଗୁ ଭାଇରସ ର ସଂକ୍ରମଣ କୁ ଶରୀର ରୁ କମ କରିଥାଏ l ଖଟା ଫଳରେ ଲେମ୍ବୁ , ଅଙ୍ଗୁର , କମଳା ଇତ୍ୟାଦି ଶାମିଲ କରନ୍ତୁ l
* ଲିନ ପ୍ରୋଟିନ :-
ଡେଙ୍ଗୁ ଜ୍ୱର ଦ୍ୱାରା ଟିସୁ ଡ୍ୟାମେଜ ହୋଇ ଯାଇଥାଏ l ଯାହାକୁ ଠିକ କରିବା ପାଇଁ ଲିନ ପ୍ରୋଟିନ ର ଆବଶ୍ୟକତା ଖୁବ ରହିଛି l ଲିନ ପ୍ରୋଟିନ ରେ ଅଣ୍ଡା , ଚିକେନ , ମାଛ ଓ ସଜନା ଛୁଇଁ , ବିନ୍ସ ଏବଂ ଝୁଡୁଙ୍ଗ ଭଳି ଜିନଷ ସାମିଲ ରହିଛି l
* ଦହି :-
ଦହି ପ୍ରୋ – ବାୟଟିକ ର ଗୋଟିଏ ଭଲ ସ୍ରୋତ ଅଟେ l ଏଥିରେ ଗୁଡ଼ ବ୍ୟାକ୍ଟେରିଆ ରହିଥଏ , ଯାହାକି ଇମ୍ୟୁନିଟି କୁ ଷ୍ଟ୍ରଙ୍ଗ କରିବା ସହ ଡାଇଜେସନ ରେ ସୁଧାର ଆଣିଥାଏ l ନିୟମିତ ଦହି ସେବନ ଡେଙ୍ଗୁ ରୋଗୀ ମାନେ କରିବା ଆବଶ୍ୟକ l
* ହର୍ବାଲ ଟି :-
ହର୍ବାଲ ଟି ରେ ଅନେକ ପ୍ରକାର ପୋଷାକ ତତ୍ୱ ରହିଛି l ଏହା ବସେଶ ଭାବରେ ଆଣ୍ଟି ଇମ୍ଫଲାମେଟରୀ ଗୁଣରେ ଭରପୁର ଅଟେ l ଯାହା ଡେଙ୍ଗୁ ଭାଇରସ କୁ ଶରୀର ରୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ l
Ad2
Leave A Reply