ନୂଆଦିଲ୍ଲୀ: ସାଧାରଣ ଲୋକ ଙ୍କ ମତ ଅନୁସାରେ ପ୍ରତିଦିନ ଭଳି ଆଜି ମଧ୍ୟ ସ୍ଥାନ ଟି ଗହଳି ଥିଲା , ଲୋକେ ନିଜ ନିଜ କାର୍ଯ୍ୟ କରିବାରେ ବ୍ୟସ୍ତ ଥିଲା l ଠିକ ଏହି ସମୟରେ ବ୍ଲାଷ୍ଟ ହୋଇଥିଲା l ବ୍ଲାଷ୍ଟ ପରେ ସମ୍ପୂର୍ଣ ଅଞ୍ଚଳ କୁ ସିଲ କରିଦିଆ ଯାଇଛି l ଦିଲ୍ଲୀର ଲାଲକିଲ୍ଲା ନିକଟରେ ବଡ଼ ଧମାକା । ଭୟଙ୍କର ଧମାକାରେ ଏବେ ଏବେ ମିଳିଥିବା ସୂଚନା ଅନୁସାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣରେ ୨୪ ଜଣ ଆହତ ହୋଇଥିବା ସୂଚନା ରହିଛି । ତେବେ ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଚାରିଆଡେ ଆତଙ୍କ ଖେଳିଗଲା । ସମସ୍ତେ ଭୟରେ ଧାଇଁଥିଲେ ।
ପ୍ରଚଣ୍ଡ ଧମାକା
ତେବେ ବିସ୍ଫୋରଣ ପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ଘଟଣାସ୍ଥଳକୁ ପୋଲିସ ସିଲ୍ କରି ଦେଇଛି । ଘଟଣାସ୍ଥଳକୁ ଏନଆଇଏ, ଏନଏସଜିର ଟିମ୍ ଯାଉଛନ୍ତି । ବିସ୍ଫୋରଣର କାରଣ ତନାଘନା କରାଯାଉଛି । ବିଭିନ୍ନ ସ୍ଥାନକୁ ବନ୍ଦ କରାଯାଇଛି । ମୁମ୍ବାଇରେ ବି ହାଇ ଆଲର୍ଟ ଜାରି କରାଯାଇଛି ।
ପୂରା ଅଞ୍ଚଳକୁ ସିଲ୍
ତେବେ ଆଜି ସଞ୍ଜରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ପାର୍କିଂରେ ଛିଡା ହୋଇଥିବା ଏକ କାରରେ ବିସ୍ଫୋରଣ ହୋଇଥିଲା । ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ ପାର୍କିଂରେ ଛିଡା ହୋଇଥିବା ଅନ୍ୟ ଅନେକ ଗାଡ଼ି ଜଳି ଯାଇଛି । ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ହଞ୍ଚିଥିଲା । ବିସ୍ଫୋରଣ କେମିତି ହେଲା ଏନେଇ ସ୍ପଷ୍ଟ ହୋଇନଥିବାବେଳେ ତଦନ୍ତ କରାଯାଉଛି । ପୁଲିସ ପୂରା ଅଞ୍ଚଳକୁ ସିଲ୍ କରି ତନାଘନା କରୁଛି । ଆଖପାଖ ଅଞ୍ଚଳର ସିସି ଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି । ଏହାସହ ଫୋରେନସିକ୍ ଦଳ ମଧ୍ୟ ପହଞ୍ଚୁଛି ।
