ଡେଲାଙ୍ଗ, ୨୮/୦୧: କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଇ ଥିବା ପ୍ରାଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ, ସାମ୍ବାଦିକ, ଅଙ୍ଗନୱାଡି କର୍ମୀ ଓ ସ୍ଵେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ଅବସରରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଧାନକେରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ସରପଞ୍ଚ ପ୍ରସନ୍ନ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଯୋଗଦେଇ କରୋନା କାଳରେ ସେବା ପ୍ରଦାନ କରିବା ପାଇଁ କିଭଳି ଅସୁବିଧା ସମ୍ମୁଖୀନ ହେବାକୁ ପଡିଥିଲା ସେ ନେଇ ଚର୍ଚ୍ଚା କରିଥିଲେ।ସମ୍ମାନିତ ଅତିଥି ଭାବେ ବିଡିଓ କ୍ଷୀରୋଦ ପ୍ରଧାନ, ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ନାୟକ ଯୋଗଦେଇ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ସାମାଜିକ କର୍ମୀ ଉପେନ୍ଦ୍ର ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ଭିଏଲଡବ୍ଲୁ ଲୋପାମୁଦ୍ରା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ସାମାଜିକ କର୍ମୀ ପ୍ରମୋଦ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ଅବସରରେ ପ୍ରାଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ, ସାମ୍ବାଦିକ, ଅଙ୍ଗନୱାଡି କର୍ମୀ ଓ ସ୍ଵେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।