ଏହିଦିନ ମହାପ୍ରଭୁ ଙ୍କୁ ମହାସ୍ନାନ କରାଯାଇଥାଏ l ଏହିଦିନ ଠାରୁ ୧୫ ଦିନ ପର୍ଯ୍ୟନ୍ତ ଜ୍ବରରେ ପଡି ଅଣସର ଗୃହରେ ରହି ଥାଆନ୍ତି l ଏହି ସମୟରେ ଫୁଲୁରୀ ଫୁଲ ରେ ପ୍ରସ୍ତୁତ ବିଭିନ୍ନ ଲେପ ମହାପ୍ରଭୁ ଙ୍କ ପାଇଁ ପ୍ରସ୍ତୁତ କରାଯାଇ ଥାଏ ଓ ମାଲିସ କରାଯାଇ ଥାଏ l ଏହି ସମୟ ରେ ମହାପ୍ରଭୁ ଯେଉଁ ବିଶ୍ରାମ ନେଇ ଥାଆନ୍ତି ତାହାକୁ ଅଣସର ଘରେ ରହିବା କୁହାଯାଇ ଥାଏ l ଏହାର ଠିକ ୧୫ ଦିନ ପରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ l
ଦେବସ୍ନାନ ପୁର୍ଣିମାରେ କରନ୍ତୁ ଏହି ଉପାୟ –
* ଚଳିତ ଥର ସ୍ନାନ ପୁର୍ଣିମା ମଙ୍ଗଳବାର ଦିନ ପଡୁଥିବାରୁ ମହାବୀର ହନୁମାନଙ୍କ ସହିତ ବିଷ୍ନୁ ଙ୍କୁ ଆରାଧନା କରିବା ଖୁବ ଶୁଭ ଅଟେ l ଏହାଦ୍ୱାରା ଜୀବନ ରେ ଶାନ୍ତି ଓ ସମୃଦ୍ଧି ଆସିଥାଏ l
* ସ୍ନାନ ପୂର୍ଣିମା ଦିନ ବିଷ୍ନୁ ସହସ୍ର ନାମ ଜପ କରିବା କିମ୍ବା ଶ୍ରବଣ ଖୁବ ଶୁଭ ଅଟେ l ଏହାଦ୍ୱାରା ଗୃହରୁ ଦରିଦ୍ରତା ନାଶ ହୋଇଥାଏ ଓ ବାତାବରଣ ରେ ଶୁଦ୍ଧତା ଆସିଥାଏ l
* ଆପଣ ଯଦି ଏହିଦିନ ନିଜର ସମୃଦ୍ଧି ପାଇଁ ବଜରଙ୍ଗବାଲି ଙ୍କ ନିକଟରେ ସୁଂଦରକାଣ୍ଡ ପାଠ କରିବେ ତେବେ ଜୀବନ ର ସମସ୍ତ ସମସ୍ୟା ଠାରୁ ଦୁରେଇ ରହିବେ l ଏହାଛଡା ମହାବୀର ଙ୍କ ନିକଟରେ ନଡ଼ିଆ ଟିଏ ଅର୍ପଣ କରନ୍ତୁ l
* ସ୍ନାନ ପୁର୍ଣିମା ଦିନ ବାଟରେ ଯାଉଥିବା ବାଟୋଇ ଙ୍କୁ ଜଳ ଦାନ ଓ ଅନ୍ନ ଦାନ ର ଖୁବ ମହତ୍ୱ ରହିଛି l ଏପରି କରିବା ଦ୍ୱାରା ଘରେ କଳହ ଓ ଦରିଦ୍ରତା ଓ ଦୁଃଖ କଷ୍ଟ ଦୂର ହୋଇଥାଏ l
* ବିଶେଷ ଭାବରେ ଏହିଦିନ ମହାଦେବଙ୍କ ନିକଟରେ ଜଳ ଲାଗି କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ୱାରା ଜୀବନରେ ଶତ୍ରୁ ଭୟ ଦୂର ହୋଇଥାଏ, ଦୁଃଖ ନାଶ ହୋଇଥାଏ,
l ସ୍ନାନ ପୁର୍ଣିମା ଦିନ ମହାଦେବ ଙ୍କ କୃପା ଲାଭ କରିବା ପାଇଁ ଶିବ ମନ୍ଦିରରେ ଘୃତ ଅର୍ପଣ କରନ୍ତୁ l
* ଏହିଦିନ ଶ୍ରୀ ବିଷ୍ନୁ ଙ୍କ ଜଳାଭିଷେକ କରାଇବା ଦ୍ୱାରା ଘରର ସୁଖସମୃଦ୍ଧିରେ ବୃଦ୍ଧି ହୋଇଥାଏ ଓ ବିଷ୍ନୁ ଙ୍କ କୃପାରୁ ସନ୍ତାନ ମାନଙ୍କର ଉନ୍ନତି ହୋଇଥାଏ l