Odisha news

ଭୁବନେଶ୍ୱର ଓ କଟକର ଦୁଇ ନୂଆ ଡିସିପି ଦାୟିତ୍ୱ ଗ୍ରହଣ

0

ମଙ୍ଗଳବାର : ଭୁବନେଶ୍ୱର ଓ କଟକର ଦୁଇ ନୂଆ ଡିସିପି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୁଲିସ ସେବା ଭବନରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ଉମାଶଙ୍କର ଅତିରିକ୍ତ ପୁଲିସ କମିଶନର ଅନୁପ ସାହୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ସେହିପରି କଟକ ଡିସିପି ଅଖିଳେଶ ସିଂଙ୍କ ଠାରୁ ପ୍ରତୀକ ସିଂ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ ଉମାଶଙ୍କର ଦାସ କହିଛନ୍ତି, ଜିଲ୍ଲା ପୁଲିସ ଅପେକ୍ଷା କମିଶନରେଟ ବ୍ୟବସ୍ଥା ଭିନ୍ନ । ବିଶେଷକରି ଭୁବନେଶ୍ୱରରେ କାମ କରିବା ·ଲେଞ୍ଜ ସଦୃଶ୍ୟ । ପୁଲିସ ଅଫିସର କାମ ସମାନ ହୋଇଥିବା ବେଳେ କମିଶନରେଟ ବ୍ୟବସ୍ଥା ଉପରେ ଜନସାଧାରଣ ଅଧିକ ଭରସା କରିଥାନ୍ତି । ତେଣୁ ସେମାନଙ୍କ ନିକଟତର ହୋଇ ସାଧାରଣ ଲୋକଙ୍କ ବନ୍ଧୁ ଭାବେ କାର୍ଯ୍ୟ କରିବାକୁ ଚେଷ୍ଠା କରିବି ।

ସେହିପରି ରାଜଧାନୀରେ ଆଇନଶୃଙ୍ଖଳା ପରିଚାଳନା, ଅପରାଧ ନିୟନ୍ତ୍ରଣ, ଭିଭିଆଇପି ସୁରକ୍ଷା ଓ ପୂଜା ପର୍ବାଣୀକୁ ସୁରୁଖୁରୁରେ ସମାପନ କରିବା ସବୁ ବେଳେ ବଡ ଚାଲେଞ୍ଜ ହୋଇଥାଏ । ବିଶେଷ କରି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଗସ୍ତ ଓ ବିଧାନସଭା ଅଧିବେଶନ ବେଳେ ଆନେ୍ଦାଳନକାରୀଙ୍କୁ ଶାନ୍ତ କରି ରଖିବା କଷ୍ଠକର ବ୍ୟାପାର ହୋଇଥାଏ । ତେଣୁ ଏଭଳି ପରିସ୍ଥିତିରେ ନୂଆ ଟିମ୍ ସହ କାମ କରି ଲୋକଙ୍କ ଆସ୍ଥାଭାଜନ ହେବା ନିଶ୍ଚିତ ଭାବେ ଚଲେଞ୍ଜ ବୋଲି ସେ କହିଛନ୍ତି ।

ପ୍ରତୀକ ସିଂ କହିଛନ୍ତି, କଟକ ଏକ ଗୁରୁତ୍ୱପୂର୍ଣ୍ଣ ସହର । ଭାଇଚାରାର ସହର କୁହାଯାଉଥିବା କଟକରେ ମଧ୍ୟ ଅପରାଧ ଓ ଅପରାଧୀଙ୍କୁ ଦମନ କରିବା ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ ନିଶ୍ଚିତ କଷ୍ଠକର ବ୍ୟାପାର । ବିଶେଷ ଦୁର୍ଗାପୂଜା, ଗଣେଷ ପୂଜା, କାଳୀପୂଜା ସମୟରେ ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ଏବଂ ଅପରାଧ ନିୟନ୍ତ୍ରଣ ଏକ ବଡ ଚାଲେଞ୍ଜ । ତେଣୁ ନୂଆ ଟିମ ଓ ଲୋକଙ୍କ ବିଶ୍ୱାସଭାଜନ ହୋଇ କାମ କରିବାକୁ ଚେଷ୍ଠା କରିବି ।

ସେହିପରି ଦୁଇ ଯୁବ ଆଇପିଏସଙ୍କ ଯୋସ ଓ ଦକ୍ଷତାକୁ ନେଇ କମିଶନରେଟ ପୁଲିସକୁ ନୂଆ ସୋପାନ ଦେବା ପାଇଁ ପୁଲିସ କମିଶନର ଯୋଜନା ରଖିଛନ୍ତି । ପୂର୍ବରୁ ଅନୁପ ସାହୁ ଓ ଅଖିଳେଶ୍ୱର ସିଂ ଭଳି ଦୁଇ ଆଇପିଏସ ଅଧିକାରୀଙ୍କୁ ନେଇ ଟ୍ୱିନସିଟିର ଦାୟିତ୍ୱ ତୁଲାଉଥିବା ସୁଧାଂଶୁ ଷଡଙ୍ଗୀ ଏହି ଦୁଇ ଯୁବ ଅଫିସରଙ୍କ ଉପରେ ଆସ୍ଥା ରଖିଛନ୍ତି । ପୁରୀ ଓ କନ୍ଧମାଳରେ ଯେଉଁ ସଫଳତା ପାଇଛନ୍ତି ସେହି କାମକୁ କଟକ ଭୁବନେଶ୍ୱରରେ କରିବେ ବୋଲି ଆଶା କରାଯାଉଛି । ଭୁବନେଶ୍ୱରରେ ଭିଭିଆଇପିଙ୍କ ଆଗମନ, ଅପରାଧ ନିୟନ୍ତ୍ର ଓ ଆଇନଶୃଙ୍ଖଳା ପରିଚାଳନା ଓ କଟକର ୫୨ ବଜାର, ୫୩ ଗଳିରେ ଦଶହରା, ଗଣେଷ ପୂଜା ବେଳେ ଭିନ୍ନ ପରିବେଶ ସୃଷ୍ଟି କରିଥାଏ । ଏଭଳି ପରିବେଶରେ ଦୁଇ ଡିସିପି ନିଶ୍ଚିତ ଲୋକଙ୍କ ଆସ୍ଥାଭଜନ ହେବେ ବୋଲି ପୁଲିସ କମିଶନର ଶ୍ରୀଷଡଙ୍ଗୀ ଆଶା ରଖିଛନ୍ତି ।

Ad2
Leave A Reply