Odisha news

ଡିଏଭି ୟୁନିଟ-୮ରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

0

ଭୁବନେଶ୍ୱର, ତା ୨୬.୦୧.୨୧ – ଭାରତର ୭୨ତମ ସାଧାରଣତନ୍ତ୍ର ଦିବସ ୟୁନିଟ୍-୮ ଡିଏଭି ସ୍କୁଲ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟ ପରି∙ଳନା ସମିତିର ସଭାପତି ତଥା ଓଡ଼ିଶାର ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ କୁମାର ପଟ୍ଟନାୟକ ମୁଖ୍ୟଅତିଥିରୂପେ ଯୋଗ ଦେଇ ଜାତୀୟପତାକା ଉତ୍ତୋଳନ କରିଥିଲେ ।

dav unit 8

ଦେଶର ମହାମନିଷୀମାନଙ୍କର ଆଦର୍ଶକୁ ଗ୍ରହଣ କରି ପରିଶ୍ରମୀ ଓ ଶୃଙ୍ଖଳିତ ହେବା ସହିତ ଦେଶ ପ୍ରେମରେ ଉଦ୍‌ବୁଦ୍ଧ ହେବା ନିମନ୍ତେ ସେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଈପ୍‌ସିତା ଦାସ ନିଜର ବକ୍ତବ୍ୟରେ ମାତୃଭୂମିର ସୁନାଗରିକ ହୋଇ ଦେଶକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଛାତ୍ରସମାଜକୁ ଆହ୍ୱାନ କରିଥିଲେ ।

dav unit 8

ଏହି ଅବସରରେ ସ୍କାଉଟ୍, ଗାଇଡ୍, ଏନ୍.ସି.ସି., ଏୟାର ଉଇଙ୍ଗସ୍, ରେଡ କ୍ରସ୍‌ ଏବଂ ବିଦ୍ୟାଳୟର ଚାରୋଟି ସଦନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ ସଫଳତା ଲାଭ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ ।

Leave A Reply