Odisha news

ନର୍ଲା ପ୍ରେସକ୍ଲବ ପକ୍ଷରୁ ୭୨ତମ ଗଣତନ୍ତ୍ର ଦିବସ ପାଳିତ

0

ନର୍ଲା(Deepak Thakur)  – ନର୍ଲା ବ୍ଲକର ବିଭିନ୍ନ କାର୍ଯ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ନର୍ଲା ପ୍ରେସ କ୍ଲବ ପକ୍ଷରୁ ହରଗୌରୀ ଟ୍ରେଡିଙ୍ଗଠାରେ ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଷଡଙ୍ଗୀ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପେଟ୍ରୋଲ ପମ୍ପର ମାଲିକ ଅଟଳ ବିହାରୀ ସାହୁ, ମେନେଜର କାଳିଆ ସାହୁ ସମେତ ଗଣମାଧ୍ୟମ ପ୍ରତିନିଧି ତ୍ରିଲୋଚନ ଗଉଡ, ଦୀପକ ଠାକୁର, ପ୍ରଦୀପ ଗଉଡ, ଭୀକାରୀ ଗଉଡ ଓ ଅଜୟ ସେନାପତି ଉପସ୍ଥିତ ଥିଲେ ।

ସେହିପରି ବ୍ଲକ କାର୍ଯ୍ୟାଳୟରେ ବି.ଡି.ଓ ବ୍ୟାସଦେବ ବେହେରା, ତହସିଲ କାର୍ଯ୍ୟାଳୟରେ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସନତ ଶତପଥି, ନର୍ଲା ଥାନାରେ ଆଇ.ଆଇ.ସି. ରମଣି ରଞ୍ଜନ ଦଲାଇ, କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ସୌମ୍ୟ ରଞ୍ଜନ ମାଝୀ, ନର୍ଲା କଲେଜରେ କଲେଜ ଅଧ୍ୟକ୍ଷ ଭୁବନ ମୋହନ ଠାକୁର, ଡିଗ୍ରି କଲେଜରେ ଅଧ୍ୟକ୍ଷ ନାରାୟଣ ନାଏକ, ନର୍ଲା ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସ, ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡରେ ପ୍ରଧାନ ଶିକ୍ଷକ ବିଶ୍ୱମ୍ବର ଭୋଇ, ନର୍ଲା ପଞ୍ଚାୟତରେ ସରପଞ୍ଚ ଚିରଞ୍ଜୀବି ଗୌଡିଆ, ରୁପ୍ରାରୋଡ ପଞ୍ଚାୟତରେ ସରପଞ୍ଚ ଚିତ୍ତରଞ୍ଜନ ରଣା, ସାହାରା ଇଣ୍ଡିଆ ଅଫିସରେ ଏ.ବି.ଏମ୍. ଗଗନ ବିହାରୀ ଭୋଇ, ନର୍ଲା ବଣିକ ସଂଘରେ ଅବସରପ୍ରାପ୍ତ ଶିକ୍ଷକ ହୃଷିକେଶ ଭୋଇ, ଓ ପତାକା ଉତ୍ତୋଳନ କରିଥିଲେ । ସେହିପରି ବ୍ୟାଙ୍କ, ଶିଶୁମନ୍ଦିର, ପର୍ତ୍ତୁ ବିଭାଗ, ବିଦୁ୍ୟତ ବିଭାଗରେ ମଧ୍ୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି ।

Leave A Reply