Odisha news

ଜାତୀୟ ସେବା ଯୋଜନା ଦିବସ ପାଳିତ

0

ଦଶପଲ୍ଲା/ନୂଆଗାଁ ୨୪/୯ : ନୂଆଗାଁ ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଠାରେ ଥିବା ମୀନକେତନ ମେମୋରିଆଲ ସଂସ୍କୃତ ମହା ବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇ ଯାଇଛି । ଜାତୀୟ ସେବା ଯୋଜନା ର ସଂଯୋଜକ ଆଲୋକ ସେନାପତି ଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ସଭାରେ ଅତିଥି ଭାବେ ବିଦ୍ୟାଳୟ ର ଅଧ୍ୟକ୍ଷ ପଦ୍ମଚରଣ ସାହୁ, ଅଧ୍ୟାପିକା ଅର୍ଚ୍ଚନା ଦାସ ପ୍ରମୁଖ ଯୋଗ ଦେଇ ଜାତୀୟ ସେବା ଯୋଜନା ଦିବସ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଏନ୍ ଏସ ଏସ ବା ଜାତୀୟ ସେବା ଯୋଜନା ର ଅତୀତ ଓ ବର୍ତ୍ତମାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏ ଅବସରରେ ‘ସ୍ବଚ୍ଛତା ଓ ସେବା ‘ ସମ୍ପର୍କରେ ଏନ୍ ଏସ ଏସ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଗଠିତ ଗ୍ରୁପ ମାଧ୍ୟମ ରେ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଯୋଗିତା ରେ ବିଜେତା ଗ୍ରୁପ କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଏହା ସହ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ସଂଯୋଜକ ଆଲୋକ ସେନାପତି ଧନ୍ୟବାଦ୍ ଅର୍ପଣ କରିଥିଲେ

Nalco
Leave A Reply